ବଉଁଶ ଖାଇବା Bauñṡa khāibā
- ଗ୍ରା. କ୍ରି — କୌଣସି ବଂଶର ସମସ୍ତଙ୍କୁ ନାଶ କରିବା — To cause the ruin or extinction all the members of a family or species
- ଗ୍ରା. କ୍ରି — (ଲକ୍ଷଣାର୍ଥ) ଆପଣାର ବଂଶର ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟାଇବା — (figurative) To cause the destruction of one's family or Species
- ଗ୍ରା. କ୍ରି — [ଦ୍ର—ଲୋକବିଶ୍ୱାସ ଅଛି ଯେ ସ୍ତ୍ରୀଲୋକମାନଙ୍କ ମଧ୍ୟରେ କେତେକ 'ଡାଆଣୀ' ଅଛନ୍ତି; ସେମାନେ ମନୁଷ୍ୟଙ୍କୁ ଖାଇଯାଆନ୍ତି ଓ ରାତିରେ ଗୁହପଡ଼ିଆକୁ ଯାଇ ଗୁହ ଚରନ୍ତି; ସେମାନଙ୍କ ବଂଶର ଅନ୍ୟ ସମସ୍ତଙ୍କୁ ସେମାନେ ଖାଇ ଯାଆନ୍ତି। କୌଣସି ସ୍ତ୍ରୀ ବଞ୍ଚି ଥାଉଁ ଥାଉଁ ତାର ପିତା. ମାତା, ସ୍ୱାମୀ, ପୁତ୍ରାଦି ମରିଗଲେ ଲୋକେ ବିଦ୍ରୁପୋକ୍ତିରେ କହନ୍ତି ସେ ତା ବଉଁଶକୁ ଖାଇଲାଣି।]