ବଉ କଥା କହ Bau kathā kaha
- ଦେ. ବି. (ବଙ୍ଗଳାରୁ ଅନୁକୃତ) — ଶାଖାଶ୍ରୟୀ ବର୍ଗର 16। 17 ଆଙ୍ଗୁଳ ଲମ୍ବା କୋକିଳ ଜାତୀୟ ପକ୍ଷିବିଶେଷ — ଶାଖାଶ୍ରୟୀ ବର୍ଗର16 17ଆଙ୍ଗୁଳ ଲମ୍ବା କୋକିଳ ଜାତୀୟ ପକ୍ଷିବିଶେଷ—The brown cuckoo; Cuculus Micropterus
- ଦେ. ବି. (ବଙ୍ଗଳାରୁ ଅନୁକୃତ) — [ଦ୍ର—ଏମାନଙ୍କ ଗୋଡ଼ରେ ଲୋମ ଅଛି; ପକ୍ଷ ଅପେକ୍ଷା ପୁଚ୍ଛ ଛୋଟ। ଏମାନେ କୋକିଳ ପରି ଘୋର କୃଷ୍ଣବର୍ଣ୍ଣ ନୁହନ୍ତି; ପାଉଁଶିଆ ବେକ ଓ ଛାତି ଧୂସର, ପେଟ ଧଳା; ପୁଚ୍ଛାଗ୍ରରେ ଗୋଟିଏ କଳା ଡୋରା ଥାଏ। ଶୀତକାଳରେ ଏମାନେ ଏ ଦେଶରେ ଦେଖା ଯାଆନ୍ତି ନାହିଁ। ଏମାନେ ବୋବାଇଲା ବେଳେ 'ବଉ କଥା କହ' ଏହିପରି କଳ୍ପିତଧ୍ୱନି ଶୁଣାଯାଏ। ଏମାନଙ୍କ ଡାକ ବସନ୍ତ ଓ ଗ୍ରୀଷ୍ମକାଳରେ ସକାଳ ସମୟରେ ଶୁଣାଯାଏ। ଏମାନଙ୍କ ଥଣ୍ଟ କୋଇଲିର ଥଣ୍ଟ ଅପେକ୍ଷା ଲମ୍ବା। ଏମାନେ କୋକିଳ ପରି ପରଭୃତ।]