ଫୁଙ୍କିବା Phuṅkibā

  • ଦେ. କ୍ରି. (ସଂ. ଫୁତ୍କାର) — ମୁହଁବାଟେ ପବନ ଛାଡ଼ିବା; ଫୁତ୍କାର କରିବା — To blow wind through the mouth
  • ଦେ. କ୍ରି. (ସଂ. ଫୁତ୍କାର) — ଫୁଙ୍କିଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନୁ ବଲ୍ଲରୀ। କବିସୂର୍ଯ୍ୟ, କିଶୋରୀ ଚମ୍ଫୂ ଫ ଗୀତ
  • ଦେ. କ୍ରି. (ସଂ. ଫୁତ୍କାର) — ମୁଁହ ବା ନଳ ଦ୍ୱରା ପବନ ଛାଡ଼ି ନିଆଁକୁ ସତେଜ କରାଇବା — To keep up a fire by constant blowing
  • ଦେ. କ୍ରି. (ସଂ. ଫୁତ୍କାର) — ମନ୍ତ୍ରପାଠ ପୂର୍ବକ ଘାଆ ବା ରକା ଉପରକୁ ମୁହଁ ଦ୍ୱାରା ପବନ ଛାଡ଼ିବା — To blow wind over a sore or affected part of the body by reciting mantras
  • ଦେ. କ୍ରି. (ସଂ. ଫୁତ୍କାର) — ଗାଆଁର କଅଁଳା ପିଲାଙ୍କୁ ଦୃଷ୍ଟି ହେଲେ ଫୁଙ୍କି ଉଡ଼ାଇ ଦିଏ। ଫକୀରମୋହନ ଛଅମାଣ ଆଠଗୁଣ୍ଠ
  • ଦେ. କ୍ରି. (ସଂ. ଫୁତ୍କାର) — (ନୂଆ ପ୍ରସବ କରିଥିବା ଗାଈଠାରୁ ଦୁଧ ଦୁହିଁବା ବେଳେ ଯେପରି ସେ ଦୁଷ୍ଟାମୀ ନ କରିବ, ସେହି ଉଦ୍ଦେଶ୍ୟରେ ଗଉଡ଼ମାନେ ତାହାର ପ୍ରସବ ଦ୍ୱାରରେ ମୁହଁ ବା ବାଉଁଶ ନଳ ଦେଇ ତା ପେଟ ଭିତରେ ଗୁଡ଼ାଏ ପୂରାନ୍ତି; ଏହିଭଳି ପ୍ରକ୍ରିୟାକୁ ଫୁଙ୍କିବା କହନ୍ତି।)—ଗାଈ ଧରିବା — The blow wind into the belly of a newly calved cow, so that she will submit easily to being milked
  • ଦେ. କ୍ରି. (ସଂ. ଫୁତ୍କାର) — (ଲକ୍ଷଣାର୍ଥ) ଧନକୁ ଅପବ୍ୟୟ କରିବା ବା ଉଡ଼ାଇ ଦେବା — (Figurative) To squander (money)
  • ଦେ. କ୍ରି. (ସଂ. ଫୁତ୍କାର) — ଗୁପ୍ତ ଭାବରେ ଅନ୍ୟର କାନରେ କୌଣସି କଥା କହିଦେବା — To whisper a matter into another's ears
  • ଦେ. କ୍ରି. (ସଂ. ଫୁତ୍କାର) — (ଗୁରୁ) ଶିଷ୍ୟର କାନରେ ମନ୍ତ୍ର ଦେବା — (the spiritual preceptor) To whisper esoteric formula into the ears of a disciple
  • ଦେ. କ୍ରି. (ସଂ. ଫୁତ୍କାର) — ଶଙ୍ଖ, ବଂଶୀ ଆଦି ବଜାଇବା — To blow conches, flutes etc
  • ଦେ. କ୍ରି. (ସଂ. ଫୁତ୍କାର) — ପୁଣି ଆଉରି ଥରେ ଫୁଙ୍କିଲି ମୁଁ ଶଙ୍ଖ। କୃଷ୍ଣସିଂହ ମହାଭାରତ. ଉଦ୍ ଯୋଗ।