ଫିରିଫିରା Phiriphirā
- ଦେ. ବି — ଫାସିଆରେ ନୁଡ଼ୁକା ଝୁଲୁଥିବା କର୍ଣ୍ଣାଳଙ୍କାର ବିଶେଷ — A kind of earring with flat pendants
- ଦେ. ବି — [ଦ୍ର—ଏହା କାନର ଉପର ଭାଗରେ ଛିଦ୍ର କରାଯାଇ ପିନ୍ଧାଯାଏ।]
- ଦେ. ବି — ଝୁଲ; ରଥାଦି ମଣ୍ଡନ ଉପକରଣ ବିଶେଷ — Hanging tassles
- ଦେ. ବି — ଝିପିଝିପି ବରଷା; କ୍ଷୁଦ୍ର ଟୋପାରେ ବରଷା — Drizzling rain
- ଦେ. ବି — ଆଠ ଦୁମକାଣି ଷୋଳ ଅସରା ବତିଶି ଫିରିଫିରା ଚଉଷଠି କୁଣ୍ତାଝରା ତେବେ ଯାଇ ଚଷାର ପେଟ ହୁଏ ପୂରା କୃଷିବଚନ
- ପ୍ରାଦେ. (କଳାହାଣ୍ଡି) ବି — ପ୍ରଜାପତି — Butterfly