ଫାଟିବା Phāṭibā
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — ବିଦୀର୍ଣ୍ଣ ହେବା — To be split up or cleft
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — ଯେବେ ମୋହର ପେଟ ଗୋଟି ଫାଟିଯିବ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — ଭାଙ୍ଗିଯିବା; ଦ୍ୱିଧା ବିଭକ୍ତ ହେବା — To break asunder; to be split asunder
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — ଚିରିଯିବା — To be torn
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — (ଶୀତ କାଳରେ ଦେହ ଓ ଗୋଡ଼ର ଚମଡ଼ା) ବିଦୀର୍ଣ୍ଣ ହେବା — To crack (said of the skin in winter)
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — (ପାଦାଦି) ଥକିଯିବା; ଅବସନ୍ନ ହେବା — (legs) To be fatigued; to be over-tired
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — ଫୁଲ୍ଲ ପଙ୍କଜ ମୃଦୁ ସୁନ୍ଦର ପାଦ ଫାଟୁ ଯେ ଥିବ ଲଭି ସଂଚାର ଖେଦ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — (ବ୍ରଣ ଘାଆ ଆଦି) ମେଲା ହୋଇଯିବା — To burst (said of boils)
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — କମ୍ପିଯିବା — To tremble
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — ଗାଣ୍ଡିବ ଧନୁଙ୍କର ଗୁଣ ଗରଜନ ଶୁଣିଲେ ଫାଟିଯାଏ ଯୁଦ୍ଧ କଲା ସ୍ଥାନ। କୃଷ୍ଣସିଂହ, ମହାଭାରତ, ବିରାଟ।
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — (ଦୁଇଜଣଙ୍କର ମନର ମେଳ) ଭାଙ୍ଗିଯିବା — To become alienated (said of two friends)
- ଦେ. କ୍ରି. (ସଂ. ସ୍ଫୁଟ୍ ବା ସ୍ମ୍ଫଟ୍ ଧାତୁ= ବିଦାରଣ) — (ଲକ୍ଷଣାର୍ଥ; ମନ)—ନିରୁତ୍ସାହ ହେବା ବା ଦୁଃଖିତ ହେବା — (fig) To be discouraged or dejected