ଫଟ୍ ଫଟ୍ Phaṭ phaṭ

  • ଦେ. (ଧ୍ୱନ୍ୟନୁକରଣ) ଅ. — ଛୋଟ କାଠ ଭାଙ୍ଗିବାର ଶବ୍ଦ — Popping or cracking sound
  • ଦେ. (ଧ୍ୱନ୍ୟନୁକରଣ) ଅ. — କୌଣସି ପଦାର୍ଥ ଫାଟି ଯିବାର ଶବ୍ଦ — Bursting sound
  • ଦେ. (ଧ୍ୱନ୍ୟନୁକରଣ) ଅ. — ମୂଳି ବାଉଁଶ ଗୁଡ଼ାକ ଫଟ୍ ଫଟ୍ କରି ଫୁଟୁ ଅଛି। ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ଦେ. (ଧ୍ୱନ୍ୟନୁକରଣ) ଅ. — ଚଟି ଯୋତା ବା କଠଉ ମାଡ଼ିଲେ ତାହାର ତଳିରେ ଗୋଡ଼ର ତଳିପା ଥରକୁ ଥର ବାଜି ଯେଉଁ ଶବ୍ଦ ହୁଏ — Popping sound produced by the heel coming in contact with the sole of the slipper