ଫଉଜଦାରି ଅଦାଲତ Phaujadāri adālata
- ବୈଦେ. ବି. (ଫା) — ଅପରାଧମାନ ବିଚାର କରାଯିବା ଅଦାଲତ — Criminal Court
- ବୈଦେ. ବି. (ଫା) — [ଦ୍ର—ଯେଉଁ ଅଦାଲତରେ ଅପରାଧପାଇଁ ଅଭିଯୁକ୍ତ ବ୍ୟକ୍ତିର ବିଚାର କରାଯାଏ ତାହାକୁ ଫଉଜଦାରି ଅଦାଲତ, ଯେଉଁ ଅଦାଲତରେ ସ୍ୱତ୍ୱ, କ୍ଷତିପୂରଣ, ଋଣ ଓ ଦେୟ ଟଙ୍କା ଆଦିର ଦାବୀ ବିଷୟ ବିଚାର କରାଯାଏ ତାହା ଦେୱାନୀ ଅଦାଲତ ଓ ଯେଉଁ ଅଦାଲତରେ ରାଜସ୍ୱ ଓ ଭୂକର ଆଦି ସମ୍ବନ୍ଧୀୟ ବିଷୟ ବିଚାର କରାଯାଏ ତାକୁ ମାଲ୍ ଅଦାଲତ ବୋଲାଯାଏ।]