ପ୍ରୟୋଗାତିଶୟ Prayogātiṡaya
- ସଂ. ବି—(ପ୍ରୟୋଗ+ଅତିଶୟ)—ନାଟକର ପ୍ରସ୍ତାବନା ବିଶେଷ — (ନାଟକାରମ୍ଭରେ ଯେବେ ଏକ ପ୍ରକାର ପ୍ରୟୋଗ କରୁ କରୁ ସଙ୍ଗେ ସଙ୍ଗେ ଅନ୍ୟ ପ୍ରକାର ପ୍ରୟୋଗ ପ୍ରଯୁକ୍ତ ହୁଏ ଏବଂ ସେହି ପ୍ରୟୋଗକୁ ଅବଲମ୍ବନ କରି ନାଟକୀୟ ବ୍ୟକ୍ତିର ରଙ୍ଗମଞ୍ଚରେ ପ୍ରବେଶ ସମ୍ପନ୍ନ ହୁଏ ତେବେ 'ପ୍ରୟୋଗାତିଶୟ' ନାମକ ପ୍ରସ୍ତାବନା ହୁଏ) — One of the 5 kinds of prologue in which a part or performance is superceded by another in such a manner that a character is suddenly brought on the stage; i.e., where the Sūtradhāra goes out hinting the entrance of a character and thus performs a part superceding that which he had apparently intended for his own, viz dancing (Apte)
- ସଂ. ବି—(ପ୍ରୟୋଗ+ଅତିଶୟ)—ନାଟକର ପ୍ରସ୍ତାବନା ବିଶେଷ — [ଦ୍ର—ସଙ୍ଗୀତ ଦାମୋଦରରେ ଏଥିର ବର୍ଣ୍ଣନା ଅଛି। ଯଦି ଏକ ପ୍ରୟୋଗରେ ଅନ୍ୟ ପ୍ରୟୋଗ ନିଯୋଜିତ ହୋଇ ପାତ୍ର ରଙ୍ଗ— ମଞ୍ଚରେ ପ୍ରବେଶ କରେ ତାହାହେଲେ ପ୍ରୟୋଗାତିଶୟ ହୁଏ।]