ପ୍ରାସାଦ Prāsāda

  • ସଂ. ବି. (ପ୍ର+ଆ+ସଦ୍ ଧାତୁ=ଯିବା+ଅଧିକରଣ. ଅ) — ବଡ଼ କୋଠା; ହର୍ମ୍ମ୍ୟ; ଅଟ୍ଟାଳିକା — Mansion; big building
  • ସଂ. ବି. (ପ୍ର+ଆ+ସଦ୍ ଧାତୁ=ଯିବା+ଅଧିକରଣ. ଅ) — ଦେବମନ୍ଦିର — Temple
  • ସଂ. ବି. (ପ୍ର+ଆ+ସଦ୍ ଧାତୁ=ଯିବା+ଅଧିକରଣ. ଅ) — ରାଜାଙ୍କ ନହର — Palace
  • ସଂ. ବି. (ପ୍ର+ଆ+ସଦ୍ ଧାତୁ=ଯିବା+ଅଧିକରଣ. ଅ) — [ଦ୍ର—ପ୍ରାଚୀନ ବାସ୍ତୁ ବିଦ୍ୟା ଅନୁସାରେ ଖୁବ ଲମ୍ବା, ଚଉଡ଼ା, ଉଚ୍ଚ ଓ ତଳ (ମାହାଲା) ବିଶିଷ୍ଟ ପଥର ବା ଇଟାର ଘରକୁ ପ୍ରାସାଦ ବୋଲାଯାଏ। ଏଥିରେ ଅନେକ ଶୃଙ୍ଗ, ଶୃଙ୍ଖଳ, ଅଣ୍ଡକ, ଦ୍ୱାର ଓ ଗବାକ୍ଷ ଥାଏ ଓ ଏହା ତ୍ରିକୋଣ, ଚତୁଷ୍କୋଣ, ଆୟତ ଓ ବୃତ୍ତାକାର ହୁଏ। ଆକୃତିଭେଦରେ ପ୍ରାସାଦ 5 ପ୍ରକାର—ଚତୁରସ୍ର, ଚତୁରାୟତ, ବୃତ୍ତ, ବୃତ୍ତାୟତ ଓ ଅଷ୍ଟ୍ରାସ୍ର। ଏମାନଙ୍କ ନାମ ଯଥାକ୍ରମେ ବୈରାଜ, ପୁଷ୍ପକ, କୈଳାସ, ମାଳକ ଓ ତ୍ରିବିଷ୍ଟପ ଅଟେ। ଭୂମି, ଅଣ୍ଡକ ଓ ଶିଖାରାଦିର ନ୍ୟୂନାଧିକତା ଯୋଗୁଁ ଏହି 5 ପ୍ରକାର ପ୍ରାସାଦର 9 ଟି ଲେଖାଏଁ ଭେଦ ଅଛି। ଯଥା— 1 । ବୈରାଜର— ମେରୁ, ମନ୍ଦର, ବିମାନ, ଭଦ୍ର, ସର୍ବତୋଭଦ୍ର, ରୁଚକ, ନନ୍ଦନ, ନନ୍ଦିବର୍ଦ୍ଧନ ଓ ଶ୍ରୀବତ୍ସ— 2 । ପୁଷ୍କକର—ବଳଭୀ, ଗୃହରାଜ, ଶାଳାଗୃହ, ମନ୍ଦିର, ବିମାନ, ବ୍ରହ୍ମମନ୍ଦିର, ଭବନ, ଉତ୍ତମ୍ଭ ଓ ଶିବିକା— ବେଶ୍ମ— 3 । କୈଳାସର—ବଳୟ, ଦୁନ୍ଦୁଭି, ପଦ୍ମ, ମହାପଦ୍ମ, ଭଦ୍ରକ, ସର୍ବତୋଭଦ୍ର, ରୁଚକ, ନନ୍ଦନ, ଗୁବାକ୍ଷ ବା ଗୁବାବୃତ— 4 । ମାଳକର—ଗଜ, ବୃଷଭ, ହଂସ, ଗରୁଡ଼, ସିଂହ, ଭୂମୁଖ, ଭୂଧର, ଶ୍ରୀଜୟ, ପୃଥିବୀଧର— 5 (ତ୍ରିବିଷ୍ଟପର—ବଜ୍ର, ଚକ୍ର, ମୁଷ୍ଟିକ ବା ବଭ୍ରୁ, ବକ୍ର, ସ୍ୱସ୍ତିକ, ଖଡ୍ଗ, ଗଦା, ଶ୍ରୀବୃକ୍ଷ ଓ ବିଜୟ। କେବଳ ରାଜା ଓ ଦେବତାଙ୍କ ଗୃହକୁ ପୁରାଣରେ ପ୍ରାସାଦ ବୋଲା- ଯାଇଅଛି—ହି. ଶ।] — [ଦ୍ର—ପ୍ରାଚୀନ ବାସ୍ତୁ ବିଦ୍ୟା ଅନୁସାରେ ଖୁବ ଲମ୍ବା, ଚଉଡ଼ା, ଉଚ୍ଚ ଓ ତଳ (ମାହାଲା) ବିଶିଷ୍ଟ ପଥର ବା ଇଟାର ଘରକୁ ପ୍ରାସାଦ ବୋଲାଯାଏ ଏଥିରେ ଅନେକ ଶୃଙ୍ଗ, ଶୃଙ୍ଖଳ, ଅଣ୍ଡକ, ଦ୍ୱାର ଓ ଗବାକ୍ଷ ଥାଏ ଓ ଏହା ତ୍ରିକୋଣ, ଚତୁଷ୍କୋଣ, ଆୟତ ଓ ବୃତ୍ତାକାର ହୁଏ ଆକୃତିଭେଦରେ ପ୍ରାସାଦ5ପ୍ରକାର—ଚତୁରସ୍ର, ଚତୁରାୟତ, ବୃତ୍ତ, ବୃତ୍ତାୟତ ଓ ଅଷ୍ଟ୍ରାସ୍ର ଏମାନଙ୍କ ନାମ ଯଥାକ୍ରମେ ବୈରାଜ, ପୁଷ୍ପକ, କୈଳାସ, ମାଳକ ଓ ତ୍ରିବିଷ୍ଟପ ଅଟେ ଭୂମି, ଅଣ୍ଡକ ଓ ଶିଖାରାଦିର ନ୍ୟୂନାଧିକତା ଯୋଗୁଁ ଏହି5ପ୍ରକାର ପ୍ରାସାଦର9ଟି ଲେଖାଏଁ ଭେଦ ଅଛି ଯଥା—1 ବୈରାଜର— ମେରୁ, ମନ୍ଦର, ବିମାନ, ଭଦ୍ର, ସର୍ବତୋଭଦ୍ର, ରୁଚକ, ନନ୍ଦନ, ନନ୍ଦିବର୍ଦ୍ଧନ ଓ ଶ୍ରୀବତ୍ସ—2 ପୁଷ୍କକର—ବଳଭୀ, ଗୃହରାଜ, ଶାଳାଗୃହ, ମନ୍ଦିର, ବିମାନ, ବ୍ରହ୍ମମନ୍ଦିର, ଭବନ, ଉତ୍ତମ୍ଭ ଓ ଶିବିକା— ବେଶ୍ମ—3 କୈଳାସର—ବଳୟ, ଦୁନ୍ଦୁଭି, ପଦ୍ମ, ମହାପଦ୍ମ, ଭଦ୍ରକ, ସର୍ବତୋଭଦ୍ର, ରୁଚକ, ନନ୍ଦନ, ଗୁବାକ୍ଷ ବା ଗୁବାବୃତ—4 ମାଳକର—ଗଜ, ବୃଷଭ, ହଂସ, ଗରୁଡ଼, ସିଂହ, ଭୂମୁଖ, ଭୂଧର, ଶ୍ରୀଜୟ, ପୃଥିବୀଧର—5(ତ୍ରିବିଷ୍ଟପର—ବଜ୍ର, ଚକ୍ର, ମୁଷ୍ଟିକ ବା ବଭ୍ରୁ, ବକ୍ର, ସ୍ୱସ୍ତିକ, ଖଡ୍ଗ, ଗଦା, ଶ୍ରୀବୃକ୍ଷ ଓ ବିଜୟ କେବଳ ରାଜା ଓ ଦେବତାଙ୍କ ଗୃହକୁ ପୁରାଣରେ ପ୍ରାସାଦ ବୋଲା- ଯାଇଅଛି—ହି. ଶ]
  • ସଂ. ବି. (ପ୍ର+ଆ+ସଦ୍ ଧାତୁ=ଯିବା+ଅଧିକରଣ. ଅ) — କୋଠା ଉପରର ଛାତ (ହି. ଶ) — The roof of a building
  • ସଂ. ବି. (ପ୍ର+ଆ+ସଦ୍ ଧାତୁ=ଯିବା+ଅଧିକରଣ. ଅ) — ବୌଦ୍ଧ ସଂଘାରାମରେ ସାଧୁମାନେ ଏକତ୍ର ହେବା ବଡ଼ ଘର (ହି. ଶ) — A big hall where Buddhist mendicants congregate