ପ୍ରାଣେ ପ୍ରାଣେ Prāṇe prāṇe
- ଦେ. କ୍ରି. ବିଂ. — ପ୍ରାଣ ମାତ୍ର ରକ୍ଷା କରି; ଯେ— କୌଣସି ପ୍ରକାରେ ବଞ୍ଚି ରହି — With one's life intact
- ଦେ. କ୍ରି. ବିଂ. — (ଯଥା—ମୁଁ ଯୁଦ୍ଧ ଭୂମିରୁ ପ୍ରାଣେ ପ୍ରାଣେ ପଳାଇ ଆସିଲି।)
- ଦେ. କ୍ରି. ବିଂ. — ପ୍ରତି ପ୍ରାଣରେ; ପ୍ରତ୍ୟେକ ବ୍ୟକ୍ତିର ପ୍ରାଣରେ; ପ୍ରତ୍ୟେକ ବ୍ୟକ୍ତିର ବା ସମସ୍ତଙ୍କ ମନରେ ବା ହୃଦୟରେ — In the minds of all; in the heart of every person; in every heart
- ଦେ. କ୍ରି. ବିଂ. — (ଯଥା— ତାଙ୍କ ବକ୍ତୃତାର ମାଧୁର୍ଯ୍ୟ ଶ୍ରୋତାମାନେ ପ୍ରାଣେ ପ୍ରାଣେ ଅନୁଭବ କଲେ।)
- ଦେ. କ୍ରି. ବିଂ. — ପରସ୍ପରର ହୃଦୟର ମିଳନ ପୂର୍ବକ — Mind-to-mind; heart-to heart
- ଦେ. କ୍ରି. ବିଂ. — (ଯଥା - ସେମାନେ ବହୁଦିନ ପରେ ମିଳିତ ହୋଇ ପ୍ରାଣେ ପ୍ରାଣେ କଥାବାର୍ତ୍ତା ହେଲେ।)