ପ୍ରାଣ ନାଥ Prāṇa nātha
- ସଂ. ବି, ( 6 ଷ୍ଠୀ ତତ୍; ପ୍ରାଣ+ନାଥ) — ପ୍ରଭୁ — Lord
- ସଂ. ବି, ( 6 ଷ୍ଠୀ ତତ୍; ପ୍ରାଣ+ନାଥ) — ସ୍ୱାମୀ; ପତି — Husband
- ସଂ. ବି, ( 6 ଷ୍ଠୀ ତତ୍; ପ୍ରାଣ+ନାଥ) — ପ୍ରିୟତମ ବ୍ୟକ୍ତି — One's beloved person
- ଦେ. ବି. ପୁଂ. — ପୁରୁଷଙ୍କ ନାମ — A name given to males
- ଦେ. ବି. ପୁଂ. — [ଦ୍ର—ଏ ଜାତିରେ କ୍ଷତ୍ରିୟ ଥିଲେ, ହିନ୍ଦୁ ଓ ମୁସଲମାନ ଧର୍ମର ଏକତା ସମ୍ପାଦନାର୍ଥ ଏ ଅନେକ ଗ୍ରନ୍ଥ ରଚନା କରିଥିଲେ ଓ ଏ ସମ୍ବନ୍ଧେ ଉପଦେଶ ଦେଉଥିଲେ। କବୀର ଓ ନାନକଙ୍କ ପରି ଏ ଆଜନ୍ମ ସାଧୁ ଥିଲେ। ଏହାଙ୍କ ପ୍ରବର୍ତ୍ତିତ ସମ୍ପ୍ରଦାୟର ନାମ 'ପ୍ରାଣନାଥୀ।' ଏ ସମ୍ପ୍ରଦାୟାବଲମ୍ବୀ ବୁନ୍ଦେଲଖଣ୍ଡରେ ଅନେକ ଅଛନ୍ତି। ଏମାନେ ମୂର୍ତ୍ତିପୂଜା କରନ୍ତି ନାହିଁ। ଏ ସମ୍ପ୍ରଦାୟରେ ଦୀକ୍ଷିତ ହେବା ବ୍ୟକ୍ତି ଏହି ସମ୍ପ୍ରଦାୟର ଅନ୍ୟ ବ୍ୟକ୍ତିଙ୍କ ସଙ୍ଗେ ଏକତ୍ର ଭୋଜନ କରିବାର ବିଧି ଅଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏ ସମ୍ପ୍ରଦାୟରେ ପ୍ରବେଶ କରି ସୁଦ୍ଧା ଆପଣା ପୂର୍ବଜମାନଙ୍କ ଆଚାର ବ୍ୟବହାର ଛାଡ଼ନ୍ତି ନାହିଁ—ହି.ଶ.।]
- ଦେ. ବି. ପୁଂ. — (ନାମ) ସମ୍ରାଟ ଆଓରଙ୍ଗଜେବଙ୍କ ସମସାମୟିକ 'ପ୍ରାଣନାଥୀ' ସମ୍ପ୍ରଦାୟର ଆଚାର୍ଯ୍ୟ — Name of a Hindu reformer who started the Prāṇanāthī sect