ପ୍ରାଗ୍ଭକ୍ତ Prāg-bhakta

  • ସଂ. ବି. (ପ୍ରାକ୍+ଭକ୍ତ=ଭାତ) — ଭୋଜନର ଅବ୍ୟବହିତ ପୂର୍ବବର୍ତ୍ତୀ ସମୟ — The time immediately before meal
  • ସଂ. ବି. (ପ୍ରାକ୍+ଭକ୍ତ=ଭାତ) — [ଦ୍ର—ସୁଶ୍ରୁତରେ ଲେଖା ଅଛି ଯେ ବୃଦ୍ଧ, ବାଳକ ଓ ସ୍ତ୍ରୀମାନେ ଏହି ସମୟରେ ଔଷଧ ସେବନ କଲେ ତାହା ବମନଦ୍ୱାରା ବାହାରି ପଡ଼େ ନାହିଁ, ଖାଦ୍ୟଦ୍ରବ୍ୟ ଉତ୍ତମରୂପେ ଜୀର୍ଣ୍ଣ ହୁଏ ଓ ବଳବୃଦ୍ଧି ହୁଏ—ହି. ଶ।]