ପ୍ରାକ୍ତନ Prāktana
- ସଂ. ବିଣ. (ପ୍ରାକ୍+ଭବ. ଅର୍ଥରେ. ତନ) — ପୂର୍ବକାଳୀନ; ଅତୀତ କାଳର; ପ୍ରାଚୀନ — Past; ancient; former; prior
- ସଂ. ବିଣ. (ପ୍ରାକ୍+ଭବ. ଅର୍ଥରେ. ତନ) — ପୂର୍ବଜନ୍ମାର୍ଜିତ — Earned by the actions of a previous existence
- ସଂ. ବିଣ. (ପ୍ରାକ୍+ଭବ. ଅର୍ଥରେ. ତନ) — ପୂର୍ବବର୍ତ୍ତୀ — Previous; antecedent
- ସଂ. ବି. — ଅଦୃଷ୍ଟ; ଭାଗ୍ୟ; ଦୈବ; ପ୍ରାରବ୍ଧ — Destiny; fate
- ସଂ. ବି. — [ଦ୍ର—ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ମନୁଷ୍ୟ ଇହକାଳରେ ପୂର୍ବଜନ୍ମର କର୍ମର ଫଳ ଭୋଗ କରେ। ଇହକାଳରେ ତପସ୍ୟାଦି ଦ୍ୱାରା ମନୁଷ୍ୟ ପ୍ରାକ୍ତନର ମନ୍ଦ ଫଳକୁ ଏଡ଼ିପାରେ ଓ ଇହକାଳରେ ଯାହା କରେ ତହିଁର ଫଳ ପରକାଳରେ ଭୋଗ କରିବ।]