ପ୍ରଳୟ Praḻaya

  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — ବ୍ରହ୍ମାଣ୍ଡର ବିନାଶ; କଳ୍ପାନ୍ତକ୍ଷୟ; ସୃଷ୍ଟିର ଲୋପ — The dissolution of the universe at the end of eve y 'kaḻpa'
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — [ଦ୍ର—ପ୍ରଳୟ ଚାରି ପ୍ରକାର, ଯଥା—ନିତ୍ୟ, ପ୍ରାକୃତିକ, ନୈମିତ୍ତିକ ଓ ଆତ୍ୟନ୍ତିକ।]
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — ମୃତ୍ୟୁ; ମରଣ — Death
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — ବିଲୟ; କ୍ଷୟ; ବିନାଶ; ଧ୍ୱଂସ — Total destruction; annihilation
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — ମୋହ; ମୂର୍ଚ୍ଛା — Fainting; syncope; loss of sense; swoon
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — (ଲକ୍ଷଣାର୍ଥ) ଭୟାନକ ବିପଦ୍ — (figurative) Imminent danger; calamity
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — ଅଷ୍ଟ ସାତ୍ୱିକବିକାର ମଧ୍ୟରୁ ଏକତମ; ସଂଜ୍ଞାହୀନତା — One of 8 Sātwika bikāras; senselessness
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — ବିହରୁ ଅଛି ଭିନ୍ନ ରୂପେ ପ୍ରଳୟ ବାଧିବାରୁ ସାତ୍ୱିକ ସେ କ୍ଷୀଣକାୟ—ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. (ପ୍ର+ଲୀ ଧାତୁ=ଲୀନ ହେବା+ଭାବ. ଅ) — [ଦ୍ର—କୂର୍ମପୁରାଣ ଅନୁସାରେ ବ୍ରହ୍ମା ଏ ଜଗତକୁ ସୃଷ୍ଟି କରିବା ପରେ ତାହା ଏକ କଳ୍ପ ବା ଏକ ହଜାର ଚତୁର୍ଯୁଗ ବା ବ୍ରହ୍ମାଙ୍କର ଏକ ଦିବସ ପର୍ଯ୍ୟନ୍ତ ରହେ। ତତ୍ପରେ ବ୍ରହ୍ମା ଶୟନ କରିବାରୁ ବ୍ରହ୍ମାଣ୍ଡର ପ୍ରଳୟ ଉପସ୍ଥିତ ହୁଏ ଓ ଏ ପ୍ରଳୟ ବ୍ରହ୍ମାଙ୍କର ଏକ ରାତ୍ରି ବା ଏକ କଳ୍ପ ପର୍ଯ୍ୟନ୍ତ ରହେ। ଏ ପ୍ରଳୟରେ କେବଳ ବିଷ୍ଣୁ ବା ବ୍ରହ୍ମା ବଞ୍ଚି ରହନ୍ତି। ବ୍ରହ୍ମାଙ୍କର ରାତି ପାହିଗଲେ ବ୍ରହ୍ମା ପୁଣି ଜଗତକୁ ସୃଷ୍ଟି କରନ୍ତି। ଏ ପ୍ରଳୟକୁ କଳ୍ପାନ୍ତ ବା ନୈମିତ୍ତିକ ବା ବ୍ରାହ୍ମ ପ୍ରଳୟ ବୋଲାଯାଏ। ବ୍ରହ୍ମାଣ୍ଡ ମହଦାଦି ପ୍ରକୃତିରେ ଲୀନ ହେବାର ନାମ ପ୍ରାକୃତିକ ପ୍ରଳୟ। ପ୍ରାକୃତିକ ପ୍ରଳୟରେ ପୃଥିବୀ ଜଳରେ, ଜଳ ଅଗ୍ନିରେ, ଅଗ୍ନି ବାୟୁରେ, ବାୟୁ ଆକାଶରେ, ଆକାଶ ମହତ୍ତତ୍ତ୍ୱରେ ଓ ମହତ୍ତତ୍ତ୍ୱ ପ୍ରକୃତିରେ ଲୀନ ହୋଇଯାଏ। ବ୍ରହ୍ମଜ୍ଞାନ ଲାଭ ହେଲେ ଯୋଗୀମାନଙ୍କର ପରମାତ୍ମାରେ ଲୀନ ହେବାର ନାମ 'ଆତ୍ୟନ୍ତିକ ପ୍ରଳୟ'। ବ୍ରହ୍ମାଣ୍ଡର ଯାବତୀୟ ସୃଷ୍ଟି ପଦାର୍ଥର ଦିବାନିଶି ଯେଉଁ ପରିବର୍ତ୍ତନ ବା ବିନାଶ ଲାଗିଅଛି ତାହା ନିତ୍ୟ ପ୍ରଳୟ—ହି. ଶ।]