ପ୍ରଳମ୍ବ Praḻamba

  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — ବୃକ୍ଷ ଶାଖା — Branch
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — ଗଛର ଓହଳ — Aerial roots descending from the branch of a tree
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — ବଳରାମଙ୍କଦ୍ୱାରା ନିହତ ଦୈତ୍ୟବିଶେଷ — Name of a demon killed by Baḻarāma
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — [ଦ୍ର—ଏକଦା କୃଷ୍ଣ ଓ ବଳରାମ ଗୋପବାଳକଙ୍କ ସଙ୍ଗେ ଖେଳୁଥିଲେ। ମାୟାବୀ ପ୍ରଳମ୍ବାସୁର ଗୋପବାଳକ ବେଶ ଧରି ଏମାନଙ୍କ ସଙ୍ଗେ ଖେଳୁ ଥାଏ। ପିଲାମାନଙ୍କ ମଧ୍ୟରେ କଥା ହେଲା ଯେ ଯେଉଁ ପିଲା ଖେଳରେ ହାରିବ, ସେ ଜିଣିବା ପିଲାକୁ କାନ୍ଧରେ ବସାଇ ବୁଲାଇବ। ପ୍ରଳମ୍ବାସୁର ହାରିଲା ଓ ବଳରାମ ଜିତିଲେ। ପ୍ରଳମ୍ବାସୁର ବଳରାମଙ୍କୁ କାନ୍ଧରେ ବସାଇ ପଳାଇ ଯିବାକୁ ବସିଥିଲା, କିନ୍ତୁ ବଳରାମ ଆପଣା ଦେହକୁ ଏପରି ଭାରୀ କରି ଦେଲେ ଯେ ପ୍ରଳମ୍ବାସୁର ଚାପି ହୋଇଗଲା। ତା ପରେ ଅସୁର ନିଜ ରୂପ ଧାରଣ କରିବାରୁ ବଳରାମ ତା ସଙ୍ଗେ ଯୁଦ୍ଧ କରି ତାକୁ ମାରି ପକାଇଲେ—ଭାଗବତ (ହି. ଶ.)।]
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — ଉଦ୍ଭିଦର ଅଙ୍କୁର — The shoot or sprout of a plant; offshoot
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — ହାର — Necklace
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — ପୟୋଧର; ସ୍ତନ — The breast of females
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — (ପ୍ରଳମ୍ବିତ—ବିଣ)
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — ମେଘ — Cloud
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — (+ଭାବ. ଅ) ପ୍ରଲମ୍ବନ; ଝୁଲିବା; ଲଟକିବା — Hanging down
  • ସଂ. ବି. (ପ୍ର+ଲମ୍ବ୍ ଧାତୁ=ଲମ୍ବିବା+କର୍ତ୍ତୃ. ଅ) — କାର୍ଯ୍ୟରେ ବୃଥାରେ ବିଳମ୍ବ କରିବା (ହି. ଶବ୍ଦସାଗର) — Tardiness; dilatoriness
  • ସଂ. ବିଣ — (+କର୍ତ୍ତୃ. ଅ) ଲମ୍ବମାନ — Hanging down; pendant; pendulous