ପ୍ରଲୋଭନ Pralobhana
- ସଂ. ବି—(ପ୍ର+ଲୁଭ୍ ଧାତୁ ଣିଚ୍=ଲୋଭି ଧାତୁ+ଭାବ. ଅନ) — ଲୋଭ ଦେଖାଇବା; ଲାଳସା ଜନ୍ମାଇବା; ଅତିଶୟ ଲୋଭ ଉତ୍ପାଦନ — Allurement; enticement; temptation; seduction
- ସଂ. ବିଣ—(+କର୍ତ୍ତୃ. ଅନ) — ଲୋଭଜନକ; ଯେ ଲୋଭ ଦେଖାଇ ଅନ୍ୟକୁ ଭୁଲାଏ — Alluring; tempting; seducing