ପ୍ରଯତ୍ନ Praj̄atna

  • ସଂ. ବି—(ପ୍ର+ଯତ୍ନ) — ପ୍ରଚୁର ଚେଷ୍ଟା; ବିଶେଷ ଯତ୍ନ — 1. Endeavour; exertion; utmost care
  • ସଂ. ବି—(ପ୍ର+ଯତ୍ନ) — [ଦ୍ର—କୌଣସି କାର୍ଯ୍ୟ ଓ ବିଶେଷତଃ କଠିନ କାର୍ଯ୍ୟ ବା ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଯେଉଁ କ୍ରିୟା କରାଯାଏ ତାକୁ ପ୍ରଯତ୍ନ ବୋଲାଯାଏ।]
  • ସଂ. ବି—(ପ୍ର+ଯତ୍ନ) — ମନର ସଙ୍କଳ୍ପ — Exertion of will; resolve
  • ସଂ. ବି—(ପ୍ର+ଯତ୍ନ) — ଅଧ୍ୟବସାୟ; ଉପର୍ଯ୍ୟୁପରି ଚେଷ୍ଟା — Perseverance; assiduity; continuous effort
  • ସଂ. ବି—(ପ୍ର+ଯତ୍ନ) — ଖୁବ୍ ସାବଧାନତା — Caution; great care
  • ସଂ. ବି—(ପ୍ର+ଯତ୍ନ) — (ନ୍ୟାୟ ଦର୍ଶନ) ପ୍ରବୃତ୍ତି ନିବୃତ୍ତି ଓ ଜୀବନ କାରଣ — (Nyāya philosophy) Engaging in any act, prosecuting it and completing it; sustained activity
  • ସଂ. ବି—(ପ୍ର+ଯତ୍ନ) — ପରିଶ୍ରମ — Labour
  • ସଂ. ବି—(ପ୍ର+ଯତ୍ନ) — (ବ୍ୟକରଣ) ଶବ୍ଦ ବା ଧ୍ୱନି ଉଚ୍ଚାରଣ କରିବା ଯୋଗୁଁ ମୁଖ, ଗଳାଆଦିଦ୍ୱାରା କୃତ ପରିଶ୍ରମ (ହି. ଶ) — (Grammar) Effort of the mouth, throat etc in the production of articulate sounds (Apte)
  • ସଂ. ବି—(ପ୍ର+ଯତ୍ନ) — [ଦ୍ର—ଧ୍ୱନି ଉତ୍ପନ୍ନ କରିବା ପାଇଁ ଯେଉଁ ପ୍ରଯତ୍ନ କରାଯାଏ ତାହା ଦୁଇ ପ୍ରକାର। ଆଭ୍ୟନ୍ତର ଓ ବାହ୍ୟ—ଧ୍ୱନି ଉତ୍ପନ୍ନ ହେବା ପୂର୍ବରୁ ବାଗ୍ୟନ୍ତ୍ରର କ୍ରିୟାକୁ ଆଭ୍ୟନ୍ତର ପ୍ରଯତ୍ନ ଓ ଧ୍ୱନି ଉଚ୍ଚାରଣର ଅନ୍ତ୍ୟ କ୍ରିୟାକୁ ବାହ୍ୟ ପ୍ରଯତ୍ନ ବୋଲାଯାଏ। ଆଭ୍ୟନ୍ତର ପ୍ରଯତ୍ନ ଅନୁସାରେ ବର୍ଣ୍ଣମାନଙ୍କୁ 4 ଶ୍ରେଣୀରେ ବିଭକ୍ତ କରା ଯାଇଅଛି— 1 . ବିବୃତ (ଯହିଁର ଉଚ୍ଚାରଣରେ ମୁହଁ ବା ବାଗିନ୍ଦ୍ରିୟ ଖୋଲା ରହେ, ଯଥା ସ୍ୱରବର୍ଣ୍ଣରେ; 2 . ସୃଷ୍ଟ (ଯହିଁର ଉଚ୍ଚାରଣରେ ବାଗିନ୍ଦ୍ରିୟର ଦ୍ୱାର ବନ୍ଦ ଥାଏ, ଯଥା—କ ଠାରୁ ମ ପର୍ଯ୍ୟନ୍ତ 25 ଗୋଟି ବର୍ଗ୍ୟ ବର୍ଣ୍ଣ; 3 ଈଷତ୍ ବିବୃତ (ଯହିଁରେ ଉଚ୍ଚାରଣରେ ବାଗିନ୍ଦ୍ରିୟ ଈଷତ୍ ଖୋଲା ଥାଏ, ଯଥା—ଯ ର ଳ ୱ), 4 . ଈଷତ୍ ସ୍ପୃଷ୍ଟ (ଯଥା— ଶ ଷ ସ ହ)। ବାହ୍ୟ ପ୍ରଯତ୍ନ ଅନୁସାରେ ବର୍ଣ୍ଣମାନଙ୍କୁ 2 ଶ୍ରେଣୀ କରା ଯାଇଅଛି। 1 . ଅଘୋଷ (ଯହିଁର ଉଚ୍ଚାରଣରେ ଶ୍ୱାସ ଆବଶ୍ୟକ ହୁଏ କିନ୍ତୁ ନାଦ ହୁଏ ନାହିଁ ଯଥା—ବର୍ଗର 1 ମ ଓ 2 ୟ ବର୍ଣ୍ଣ, ଶ, ଷ, ସ) ଓ ଘୋଷ (ଯହିଁର ଉଚ୍ଚାରଣରେ ନାଦ ହୁଏ, ଯଥା— ବର୍ଗର 3 ୟ, 4 ର୍ଥ, 5 ମ ବର୍ଣ୍ଣ ଓ ସ୍ୱରବର୍ଣ୍ଣ)—ହି. ଶ।] — [ଦ୍ର—ଧ୍ୱନି ଉତ୍ପନ୍ନ କରିବା ପାଇଁ ଯେଉଁ ପ୍ରଯତ୍ନ କରାଯାଏ ତାହା ଦୁଇ ପ୍ରକାର ଆଭ୍ୟନ୍ତର ଓ ବାହ୍ୟ—ଧ୍ୱନି ଉତ୍ପନ୍ନ ହେବା ପୂର୍ବରୁ ବାଗ୍ୟନ୍ତ୍ରର କ୍ରିୟାକୁ ଆଭ୍ୟନ୍ତର ପ୍ରଯତ୍ନ ଓ ଧ୍ୱନି ଉଚ୍ଚାରଣର ଅନ୍ତ୍ୟ କ୍ରିୟାକୁ ବାହ୍ୟ ପ୍ରଯତ୍ନ ବୋଲାଯାଏ ଆଭ୍ୟନ୍ତର ପ୍ରଯତ୍ନ ଅନୁସାରେ ବର୍ଣ୍ଣମାନଙ୍କୁ4ଶ୍ରେଣୀରେ ବିଭକ୍ତ କରା ଯାଇଅଛି—1. ବିବୃତ (ଯହିଁର ଉଚ୍ଚାରଣରେ ମୁହଁ ବା ବାଗିନ୍ଦ୍ରିୟ ଖୋଲା ରହେ, ଯଥା ସ୍ୱରବର୍ଣ୍ଣରେ;2. ସୃଷ୍ଟ (ଯହିଁର ଉଚ୍ଚାରଣରେ ବାଗିନ୍ଦ୍ରିୟର ଦ୍ୱାର ବନ୍ଦ ଥାଏ, ଯଥା—କ ଠାରୁ ମ ପର୍ଯ୍ୟନ୍ତ25ଗୋଟି ବର୍ଗ୍ୟ ବର୍ଣ୍ଣ;3ଈଷତ୍ ବିବୃତ (ଯହିଁରେ ଉଚ୍ଚାରଣରେ ବାଗିନ୍ଦ୍ରିୟ ଈଷତ୍ ଖୋଲା ଥାଏ, ଯଥା—ଯ ର ଳ ୱ),4. ଈଷତ୍ ସ୍ପୃଷ୍ଟ (ଯଥା— ଶ ଷ ସ ହ) ବାହ୍ୟ ପ୍ରଯତ୍ନ ଅନୁସାରେ ବର୍ଣ୍ଣମାନଙ୍କୁ2ଶ୍ରେଣୀ କରା ଯାଇଅଛି1. ଅଘୋଷ (ଯହିଁର ଉଚ୍ଚାରଣରେ ଶ୍ୱାସ ଆବଶ୍ୟକ ହୁଏ କିନ୍ତୁ ନାଦ ହୁଏ ନାହିଁ ଯଥା—ବର୍ଗର1ମ ଓ2ୟ ବର୍ଣ୍ଣ, ଶ, ଷ, ସ) ଓ ଘୋଷ (ଯହିଁର ଉଚ୍ଚାରଣରେ ନାଦ ହୁଏ, ଯଥା— ବର୍ଗର3ୟ,4ର୍ଥ,5ମ ବର୍ଣ୍ଣ ଓ ସ୍ୱରବର୍ଣ୍ଣ)—ହି. ଶ]