ପ୍ରମାଣିବା Pramāṇibā
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ପ୍ରମାଣିତ କରିବା — To prove
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ନିଜେ ମୁଁ ଦେଖିଛି ସୀତା ଅଦ୍ଭୁତ ପ୍ରକାରେ ସତୀତ୍ୱ ପ୍ରମାଣିଛନ୍ତି ଅଗ୍ନି—ପରୀକ୍ଷାରେ। ନନ୍ଦକିଶୋର. ସୀତାବନବାସ।
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ନିରୂପଣ କରିବା; ସ୍ଥିର କରିବା — To ascertain
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ସେମାନଙ୍କ ଆୟୁଷ ପ୍ରମାଣିବା କେତେ ତା' ଶୁଣିବା ଇଚ୍ଛା ହେଉଛି ମୋର ଚିତ୍ତେ। କୃଷ୍ଣସିଂହ. ମହାଭାରତ, ଆଦି।
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ଆଶ୍ରୟ କରିବା; ଅବଲମ୍ବନ କରିବା — To have resort to
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ସ୍ୱଧର୍ମେ ଥାନ୍ତି ଯେ ବା ପ୍ରାଣୀ ହରି ଭଜନ ନ ପ୍ରମାଣି। ଜଗନ୍ନାଥ. ଭାଗବତ।
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ଦେଖିବା — To see
- ଦେ. (ପଦ୍ୟ) କ୍ରି. (ସଂ. ପ୍ରମାଣ) — ସପତ୍ନୀ ଦୁଃଖ କି ନ ଜାଣୁ ତୁ ନାଥ ଅନ୍ତର ପ୍ରମାଣୁ। ଜଗନ୍ନାଥ, ଭାଗବତ।