ପ୍ରଭାକର Prabhākara
- ସଂ. ବିଣ (ପ୍ରଭା+କୃ ଧାତୁ+କର୍ତ୍ତୃ. ଅ) — ଅତ୍ୟନ୍ତ ଦୀପ୍ତିକର; ତେଜୋମୟ; ସମୁଜ୍ଜ୍ୱଳ — Dazzling; glaring; radiant; brilliant; shining; luminous
- ସଂ. ବି — ତେଜୋମୟ ବସ୍ତୁ; ଜ୍ୟୋତିଷ୍କ — A luminary
- ସଂ. ବି — ସୂର୍ଯ୍ୟ — The sun
- ସଂ. ବି — ଚନ୍ଦ୍ର — The moon
- ସଂ. ବି — ଅଗ୍ନି — Fire
- ସଂ. ବି — ସାଗର; ସମୁଦ୍ର — Ocean
- ସଂ. ବି — ଅର୍କବୃକ୍ଷ — The swallow wart (plant); Calotropis Gigantea
- ସଂ. ବି — ଅତ୍ରିବଂଶୀୟ ମୁନିବିଶେଷ — Name of a sage
- ସଂ. ବି — କୁଶଦ୍ୱୀପସ୍ଥ ବର୍ଷ ବା ଦେଶବିଶେଷ — Name of a tract of country in the ancient geography of the Hindus
- ସଂ. ବି — ମାର୍କଣ୍ଡେୟପୁରାଣ ଅନୁସାରେ ଅଷ୍ଟମ ମନ୍ୱନ୍ତରର ଏକ ଦେବତାଙ୍କ ନାମ (ହି. ଶ) — Name of a Deity worshipped during the 8th Manwantara
- ଦେ. ବି. ପୁଂ. — ଲୋକଙ୍କ ନାମ — A name given to males
- ଦେ. ବି. ପୁଂ. — ଏକ ପ୍ରସିଦ୍ଧ ମୀମାଂସକଙ୍କ ନାମ (ହି. ଶ) — Name of an author of a treatise on Mīmāṁsā