ପ୍ରଦକ୍ଷିଣା Pradakshiṇā

  • ସଂ. ବି. (ପ୍ର+ ଦକ୍ଷିଣ+ଆ) — ଆପଣାର ଡାହାଣଆଡ଼କୁ ବୁଲି ଗତି କରିବା — Moving to the right
  • ସଂ. ବି. (ପ୍ର+ ଦକ୍ଷିଣ+ଆ) — ପରିକ୍ରମା; ପରିକ୍ରମଣ; ଦେବତା ବା ପୂଜ୍ୟ ବ୍ୟକ୍ତିଙ୍କର ଡାହାଣ ପାଖରୁ ଆରମ୍ଭ କରି ଓ ତାଙ୍କ ଆଡ଼କୁ ଆପଣାର ଡାହାଣ ପାଖ ରଖି ତାଙ୍କ ଚାରିଆଡ଼େ ବୁଲି ଆସିବା — Circumambulation from left to right; walking round a sacred person or Deity keeping one's right side towards him
  • ସଂ. ବି. (ପ୍ର+ ଦକ୍ଷିଣ+ଆ) — ଉପାସନା; ବନ୍ଦନା — Worshipping
  • ସଂ. ବି. (ପ୍ର+ ଦକ୍ଷିଣ+ଆ) — ନମସ୍କାର — Salutation; obeisance