ପ୍ରତ୍ୟକ୍ଷବାଦୀ Pratyakshabādī

  • ସଂ. ବିଣ. ପୁଂ. (ପ୍ରତ୍ୟକ୍ଷ+ବଦ୍ ଧାତୁ=କର୍ତ୍ତୃ. ଇନ୍; 1 ମା. 1 ବ.) — ଯେ ପ୍ରତ୍ୟକ୍ଷ ପ୍ରମାଣ ଛଡ଼ା ଅନ୍ୟ ପ୍ରମାଣ ସ୍ୱୀକାର କରେ ନାହିଁ; ଯେ ଇନ୍ଦ୍ରିୟଗ୍ରାହ୍ୟ ବିଷୟ ଛଡ଼ା ଅନ୍ୟ ପ୍ରମାଣକୁ ବା ଯୁକ୍ତିକୁ ପ୍ରମାଣରୂପେ ଗ୍ରହଣ କରେ ନାହିଁ; ଜଡ଼ବାଦୀ — Materialistic, admitting of no other evidence than what is perceived by the senses
  • ସଂ. ବିଣ. ପୁଂ. (ପ୍ରତ୍ୟକ୍ଷ+ବଦ୍ ଧାତୁ=କର୍ତ୍ତୃ. ଇନ୍; 1 ମା. 1 ବ.) — ବୌଦ୍ଧ — Buddhistic
  • ସଂ. ବି — ବୌଦ୍ଧଧର୍ମାବଲମ୍ବୀ ବ୍ୟକ୍ତି — 1. A Buddhist
  • ସଂ. ବି — ଜଡ଼ବାଦୀ ବ୍ୟକ୍ତି — A materialist