ପ୍ରତିଲୋମଜ Pratilomaja

  • ସଂ. ବିଣ. ପୁଂ. (ପ୍ରତିଲୋମ+ଜନ ଧାତୁ+କର୍ତ୍ତୃ. ଅ) — ପ୍ରତିଲୋମ ବିବାହରୁ ଉତ୍ପନ୍ନ; ନୀଚ ବର୍ଣ୍ଣର ପୁରୁଷର ଔରସରେ ଉଚ୍ଚ ବର୍ଣ୍ଣର ସ୍ତ୍ରୀ ଗର୍ଭରୁ ଜାତ (ସନ୍ତାନ) — Born of a 'Pratiloma' marriage
  • ସଂ. ବିଣ. ପୁଂ. (ପ୍ରତିଲୋମ+ଜନ ଧାତୁ+କର୍ତ୍ତୃ. ଅ) — [ଦ୍ର—କ୍ଷତ୍ରିୟ ପୁରୁଷ ଔରସରେ ବ୍ରାହ୍ମଣୀଗର୍ଭରୁ, ବୈଶ୍ୟ ଔରସରେ କ୍ଷତ୍ରିୟା ଗର୍ଭରୁ ଓ ଶୂଦ୍ର ଔରସରେ ବୈଶ୍ୟଗର୍ଭରୁ ଜାତ ସନ୍ତାନକୁ ପ୍ରତିଲୋମଜ ବୋଲାଯାଏ। କ୍ଷତ୍ରିୟ ପିତା ଓ ବ୍ରାହ୍ମଣୀ ମାତା— ଠାରୁ ଉତ୍ପନ୍ନ ସନ୍ତାନ ସୂତ; ବୈଶ୍ୟ ପିତା ଓ ବ୍ରାହ୍ମଣୀ ମାତାଠାରୁ ଉତ୍ପନ୍ନ ବୈଦେହିକ; ଶୂଦ୍ରପିତା ଓ ବ୍ରାହ୍ମଣୀ ମାତାଠାରୁ ଉତ୍ପନ୍ନ ଚାଣ୍ଡାଳ; ବୈଶ୍ୟ ପିତା ଓ କ୍ଷତ୍ରିୟା ମାତାଠାରୁ ଉତ୍ପନ୍ନ ମାଗଧ; ଶୂଦ୍ର ପିତା ଓ କ୍ଷତ୍ରିୟା ମାତାଠାରୁ ଉତ୍ପନ୍ନ କ୍ଷତ୍ତା; ଶୂଦ୍ର ପିତା ଓ ବୈଶ୍ୟା ମାତାଠାରୁ ଉତ୍ପନ୍ନ ଅୟୋଗବ; ଏମାନେ ପ୍ରତିଲୋମଜ ଅଟନ୍ତି (ହି. ଶ)। ଏବଂ ଉଚ୍ଚ ବର୍ଣ୍ଣର ପୁରୁଷ ଔରସରେ ନୀଚତର ବର୍ଣ୍ଣର ସ୍ତ୍ରୀ ଗର୍ଭରୁ ଜାତ ସନ୍ତାନକୁ ଅନୁଲୋମଜ ବୋଲାଯାଏ।]