ପ୍ରଣିପତ୍ୟ Praṇipatya
- ସଂ. ଅ. (ସଂ. 'ପ୍ରଣିପତ୍ୟ' ଅସମାପିକା ରୂପର ଅର୍ଥ ନମସ୍କାର କରି) — ପ୍ରଣାମ ପୂର୍ବକ; ନମସ୍କାର ସହ; ପ୍ରଣିପାତ ପୂର୍ବକ — Having saluted; after salutation
- ସଂ. ଅ. (ସଂ. 'ପ୍ରଣିପତ୍ୟ' ଅସମାପିକା ରୂପର ଅର୍ଥ ନମସ୍କାର କରି) — (ଯଥା—ମୋର ପ୍ରଣିପତ୍ୟ ନିବେଦନ ଏହି କି.....।)
- ଦେ. ବି — ପ୍ରଣିପାତ; ନମସ୍କାର — Obeisance
- ଦେ. ବି — ବସାଇ ପ୍ରଣିପତ୍ୟ କ୍ଷଣେ, ବିଧି ସମ ସେ ସବୁ ଜାଣେ— ଭଞ୍ଜ. ବୈଦେହୀଶବିଳାସ।