ପ୍ରଚାରକ Prachāraka
- ସଂ. ବିଣ. ପୁଂ.—(ପ୍ର+ଚର୍ ଧାତୁ ଣିଚ୍+ କର୍ତ୍ତୃ. ଅକ) — ପ୍ରଚାରକାରୀ; ଯେ ପ୍ରଚାର କରେ — Preaching; circulating
- ସଂ. ବିଣ. ପୁଂ.—(ପ୍ର+ଚର୍ ଧାତୁ ଣିଚ୍+ କର୍ତ୍ତୃ. ଅକ) — ପ୍ରକାଶକାରୀ — Publishing; propagating
- ସଂ. ବିଣ. ପୁଂ.—(ପ୍ର+ଚର୍ ଧାତୁ ଣିଚ୍+ କର୍ତ୍ତୃ. ଅକ) — କୌଣସି ବସ୍ତୁର ପ୍ରଚଳନ ବୃଦ୍ଧିକାରୀ (ହି. ଶ) — Increasing the circulation of anything
- ସଂ. ବି. ପୁଂ — ପ୍ରଚାର କରିବା ବ୍ୟକ୍ତି — Preacher; circulator
- ସଂ. ବି. ପୁଂ — ରଖୁଆଳ; ଗୋମେଷାଦିଙ୍କ ଜଗୁଆଳ — Tender of cattle; pastor
- ସଂ. ବି. ପୁଂ — ଧର୍ମମତକୁ ସର୍ବସାଧାରଣରେ ପ୍ରକାଶ କରିବା ବ୍ୟକ୍ତି — A missionary; a religious preacher
- ସଂ. ବି. ପୁଂ — ଯଜ୍ଞ, ହୋମ ଆଦି ସମୟରେ ଯେଉଁ ବ୍ରାହ୍ମଣ ପୋଥି ଧରି ପୁରୋହିତଙ୍କୁ ମନ୍ତ୍ରାଦି ପଢ଼ି ବତାଇବା ପାଇଁ ନିଯୁକ୍ତ ହୋଇ ଥାଆନ୍ତି; ପୁସ୍ତକାଚାର୍ଯ୍ୟ — A Brāhmaṇa who is commissioned to read aloud the mantras from the book and direct the details of the rites performed during a sacrifice by the priest