ପ୍ରକୃତି Prakṛuti

  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ଭଗବାନଙ୍କର ମାୟାଖ୍ୟା ଶକ୍ତି; ଯାହାଦ୍ୱାରା ବିଶ୍ୱ ବ୍ରହ୍ମାଣ୍ଡର ଯାବତୀୟ ପଦାର୍ଥ ସୃଷ୍ଟ ହୋଇଅଛି; ସଂସାରର ବା ଜଡ଼ ଜଗତର ଭୌତିକ ପ୍ରଧାନ କାରଣ — The Nature as distinguished from the Spirit, Nature, the personified will or the creative energy of the Supreme Being
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — [ଦ୍ର—ଭଗବାନଙ୍କର ଯେଉଁ ମାୟାଖ୍ୟା ଶକ୍ତି ଦ୍ୱାରା ଏ ବିଶ୍ୱର ସୃଷ୍ଟି ହୋଇଅଛି ତାକୁ ପ୍ରକୃତି ବୋଲାଯାଏ। ଏହା ଦ୍ୱିବିଧ, ଯଥା— ପରା ଓ ଅପରା। ପରା (ଶ୍ରେଷ୍ଠା) ଜୀବ ସ୍ୱରୂପ ଚେତନାମୟୀ ପ୍ରକୃତି। ଏହା ଜଗତକୁ ରକ୍ଷା କରୁଅଛି। ଏହା ହିଁ ଜୀବର ପ୍ରାଣ। ଅପରା (ନିକୃଷ୍ଟା) କ୍ଷିତି, ଅପ୍, ତେଜଃ, ମରୁତ୍, ବ୍ୟୋମ, (ପଞ୍ଚଭୂତ) ମନ, ବୁଦ୍ଧି ଓ ଅହଙ୍କାର।
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ହିନ୍ଦୁ ଦର୍ଶନ ମତରେ—ଆତ୍ମା ଛଡ଼ା ଜଗତରେ ଅନ୍ୟ ସମସ୍ତ ବସ୍ତୁର ମୂଳକାରଣ 'ପ୍ରକୃତି' ଅଟେ। ପ୍ରକୃତି ଅନ୍ଧ କିନ୍ତୁ ଉତ୍ପାଦିକା— ଶକ୍ତିବିଶିଷ୍ଟ। ପୁରୁଷ — (Spirit)ଓ ପ୍ରକୃତି(Nature)ଏହି ଉଭୟର ମିଳନରେ ଏ ଜଗତର ସୃଷ୍ଟି ପୁରୁଷ ସ୍ୱୟଂ କିଛି କାର୍ଯ୍ୟ କରେ ନାହିଁ; କେବଳ ଦର୍ଶକ ମାତ୍ର ପ୍ରକୃତି ଓ ପୁରୁଷର ସଂଯୋଗ ହେଲେ ସୃଷ୍ଟି କାର୍ଯ୍ୟର ଆରମ୍ଭ ହୁଏ ପ୍ରକୃତିରୁ ସତ୍ୱ, ରଜଃ ଓ ତମଃ ଏହି ତିନି ଗୁଣ ଉତ୍ପନ୍ନ ହୁଅନ୍ତି ଏହି ତିନି ଗୁଣ ସାମ୍ୟାବସ୍ଥାରେ ଥିଲେ ପ୍ରକୃତି ନିରୂପାଧିକ ରୂପେ ଅବସ୍ଥାନ କରୁଥାଏ; କିନ୍ତୁ ଉକ୍ତ ଗୁଣତ୍ରୟର ଅସାମ୍ୟାବସ୍ଥା ଘଟିଲେ ସୃଷ୍ଟି କାର୍ଯ୍ୟ ଆରବ୍ଧ ହୁଏ]
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — (ସାଂଖ୍ୟଦର୍ଶନ) ସତ୍ୱ, ରଜଃ ଓ ତମଃ, ଜଡ଼ ଜଗତର ଏହି ତ୍ରିଗୁଣାତ୍ମକ ଆଦିକରଣ; ନିରାକାର ଓ ଜ୍ଞାନମୟ ଈଶ୍ୱରଙ୍କର ସାକାର ଓ ଜଡ଼ରୂପେ ଜଗତରେ ପ୍ରକାଶମାନ ଗୁଣ — (Sāṁkhya philosophy) The material attributes of the Creator
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ଯାବତୀୟ ସୃଷ୍ଟ ପଦାର୍ଥ; ନିସର୍ଗ — 2. The creation
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ସୃଷ୍ଟ ପଦାର୍ଥର 5 ଗୋଟି ଉପାଦାନ; ପଞ୍ଚ ମହାଭୂତ (କ୍ଷିତି, ଅପ୍; ତେଜ; ମରୁତ ଓ ବ୍ୟୋମ) — ସୃଷ୍ଟ ପଦାର୍ଥର5ଗୋଟି ଉପାଦାନ; ପଞ୍ଚ ମହାଭୂତ (କ୍ଷିତି, ଅପ୍; ତେଜ; ମରୁତ ଓ ବ୍ୟୋମ)—. The five primordial elements of creation; the elements
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ବସ୍ତୁର ପ୍ରଥମାବସ୍ଥା — The natural stage of a thing
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ଅଜ୍ଞାନ; ମାୟା; ଅବିଦ୍ୟା — Spiritual ignorance; illusion
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ଆଦି କାରଣ — Prime cause; origin
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ସ୍ତ୍ରୀ; ଯୋଷିତ୍; ନାରୀ — Woman; a female; woman kind
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — ଦେବୀ; ଠାକୁରାଣୀ — A Goddess
  • ସଂ. ବି—(ପ୍ର+କୃ ଧାତୁ+କରଣ. ତି) — [ଦ୍ର—ସାବିତ୍ରୀ, ରାଧିକା, ଦୁର୍ଗା, ଷଷ୍ଠୀ, ଲକ୍ଷ୍ମୀ ଓ ଗଙ୍ଗା ପ୍ରଭୃତି ପ୍ରକୃତି ଅଟନ୍ତି।]