ପୌଣ୍ଡ୍ରକ Pa̲u̲ṇḍraka

  • ସଂ. ବି — ପୌଣ୍ଡ୍ର 4 (ଦେଖ) — ପୌଣ୍ଡ୍ର4(ଦେଖ). Pa̲u̲ṇḍra 4 (See)
  • ସଂ. ବି — ବର୍ଣ୍ଣସଙ୍କର ଜାତିବିଶେଷ; ବୈଶ୍ୟ ଔରସରେ ଶୌଣ୍ଢିକା ଗର୍ଭଜାତ ସନ୍ତାନ — A mixed caste begotton by a Ba̲i̱ṡya father on a distiller caste woman
  • ସଂ. ବି — [ଦ୍ର—ଏମାନେ ଆଖୁରୁ ଗୁଡ଼ ତିଆରି କରୁଥିଲେ।]
  • ସଂ. ବି — କରୁଷ ବା ପୁଣ୍ଡ୍ର ଦେଶରେ ରାଜା — A king who tied to set himself up as Ṡrīkṛushṇa and was ulimately killed by him
  • ସଂ. ବି — [ଦ୍ର—ଏ ଜରାସନ୍ଧର ଶଳା ଥିଲେ। ଏହାଙ୍କ ପିତାଙ୍କ ନାମ ବସୁଦେବ, ଏଥିପାଇଁ ଏ ଆପଣାକୁ ବାସୁଦେବ ନାମରେ ଡାକୁଥିଲେ। ପାଣ୍ଡବମାନଙ୍କ ରାଜସୂୟ ଯଜ୍ଞରେ ଭୀମ ଏହାଙ୍କୁ ହରାଇଥିଲେ। ଏ ଶ୍ରୀକୃଷ୍ଣଙ୍କ ପରି ରୂପ ଓ ବେଶ ଧାରଣ କରିଥାଆନ୍ତି। ଏ ନାରଦଙ୍କ ଠାରୁ ଶ୍ରୀକୃଷ୍ଣଙ୍କ ମହିମା ଶୁଣି କ୍ରୂଦ୍ଧ ହେଲେ ଓ ଏକଲବ୍ୟ ଆଦିଙ୍କୁ ନେଇ ଶ୍ରକୃଷ୍ଣଙ୍କ ରାଜଧାନୀ ଦ୍ୱାରକାକୁ ଆକ୍ରମଣ କଲେ ଓ ସେଠାରେ ଶ୍ରକୃଷ୍ଣଙ୍କ ଦ୍ୱାରା ହତ ହେଲେ—ହି. ଶ.।]