ପୋଡ଼ି ଯିବା Poṟḍ̠i j̄ibā

  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — ଦଗ୍ଧ ହେବା — To be burnt
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — ଭସ୍ମୀଭୂତ ହେବା ବା ଅଙ୍ଗାରରେ ପରିଣତ ହେବା — To be burnt to ashes; to be charred
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — ନିଆଁ ଲାଗିବା — To be on fire
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — ଅତି ଉତ୍ତପ୍ତ ହେବା — To be scorched
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — ଯେତେ ପରିମାଣରେ ଅଗ୍ନିରେ ସୁସିଦ୍ଧ ହେବାର କଥା, ତହିଁରୁ ବେଶି ପରିମାଣରେ ଅଗ୍ନି ପ୍ରୟୋଗଦ୍ୱାରା (ଭାତ ବା ତିଅଣ ଆଦି) ନଷ୍ଟ ହେବା — To be overboiled or overburnt (said of rice and curry)
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — ପୋଡ଼ିଗଲା ତିଅଣରେ ଆଉ କି ସୁଆଦ? ଢଗ।
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — କୁହୁଡ଼ି ଯୋଗୁଁ ଆମ୍ବ ବଉଳ କଳା ଦେଖାଯିବା ଓ କଷି ନ ଧରି ଝଡ଼ି ପଡ଼ିବା — (said of mango- buds) To be spoiled and charred on account of mist
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — (ଲକ୍ଷଣାର୍ଥ) ବିନଷ୍ଟ ହେବା — (figurative) To be ruined
  • ଦେ. କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ) — ପାଶୋର ଯିବା — To be forgotten