ପୋଟାଳିବା Poṭāḻibā

  • ପ୍ରାଦେ. (ସମ୍ବଲପୁର ଓ ଗଞ୍ଜାମ) କ୍ରି.—(ସଂ. ପୋଟଳ) — ଆଲିଙ୍ଗନ କରିବା; କୁଣ୍ଢାଇବା — To embrace
  • ପ୍ରାଦେ. (ସମ୍ବଲପୁର ଓ ଗଞ୍ଜାମ) କ୍ରି.—(ସଂ. ପୋଟଳ) — ତଦନ୍ତେ କୃଷ୍ଣ ଅର୍ଜୁନଙ୍କୁ ପୋଟାଳିଲେ। କୃଷ୍ଣସିଂହ, ମହାଭାରତ, ସଭା।
  • ପ୍ରାଦେ. (ସମ୍ବଲପୁର ଓ ଗଞ୍ଜାମ) କ୍ରି.—(ସଂ. ପୋଟଳ) — [ଦ୍ର—ବୋହୂ ଶାଶୁଘରକୁ ପହିଲିପାଳି ଯିବା ସମୟରେ ନଣନ୍ଦ ପାଇଁ ଖଣ୍ଡିଏ ଶାଢୀ ଓ ପାନିଆ, ଫରୁଆ ଆଦି ଗୋଟିଏ ପେଡ଼ିରେ ନେଇଥାଏ, ତାକୁ ନଣନ୍ଦ ପୋଟଳି କୁହାଯାଏ। ପ୍ରଥମେ ଶାଶୁଘରେ ପାଦ ଦେବା ମାତ୍ରେ ନଣନ୍ଦ ଦେହଳୀଠାକୁ ଆସି ନୂଆ ବୋହୂକୁ ଅଭିନନ୍ଦନ ଓ ଆଲିଙ୍ଗନ କରି ଘରକୁ ନିଏ। ସେହି ସମୟରେ ବୋହୂ ନଣନ୍ଦକୁ ଉକ୍ତ ନଣନ୍ଦ ପୋଟଳି ଉପଢୌକନ ଦିଏ। ବୋହୂ ଓ ନଣନ୍ଦଙ୍କ ପ୍ରଥମ ମିଳନ ବା ସ୍ନେହାଲିଙ୍ଗନର ଉପହାର ସ୍ୱରୂପ ଏହା ଦିଆ ଯିବାରୁ ଏହାର ନାମ ନଣନ୍ଦ ପୋଟଳି ହୋଇ ଥିବାର ସମ୍ଭବ। ପୁରୀ କଟକ ଆଦି ଅଞ୍ଚଳରେ ଆଲିଙ୍ଗନ ଅର୍ଥରେ 'ପୋଟଳିବା' ଶବ୍ଦର ଏହିଠାରେ ମାତ୍ର ବ୍ୟବହାର ଦେଖାଯାଏ, ଅନ୍ୟତ୍ର ଦେଖାଯାଏ ନାହିଁ। କିନ୍ତୁ ଗଞ୍ଜାମ ଓ ସମ୍ବଲପୁରରେ ପୋଟଳିବା, ପୋଟାଳିବା ଆଲିଙ୍ଗନ କରିବା ଅର୍ଥରେ ବ୍ୟବହୃତ ହୁଏ। କୃଷ୍ଣସିଂହ ମହାଭାରତରେ ମଧ୍ୟ ଏ ଶବ୍ଦ ଅନେକ ଥର ବ୍ୟବହୃତ ହୋଇ ଅଛି। 'ପୋଟାଳିବା'ର ଆଲିଙ୍ଗନ କରିବା ଅର୍ଥ ଗଞ୍ଜାମ ଓ ସମ୍ବଲପୁର ଅଞ୍ଚଳରେ ଚଳେ କିନ୍ତୁ ଏ ଦୁଇ ଅଞ୍ଚଳର ମଧ୍ୟବର୍ତ୍ତୀ ପୁରୀ କଟକ ଅଞ୍ଚଳରେ ଚଳେ ନାହିଁ କାହିଁକି?]