ପୋକଶୁଂଘା Poka ṡuṁghā
- ଦେ. ବି — ସୋମରାଜ୍ୟାଦି ବର୍ଗର ବର୍ଷାୟୁଃ ଶାକ ବିଶେଷ; ବିଲ ପୋକଶୁଂଘା — Blumea Lacerena; Blumea Odorata; Coryza Lacera; Coryza Terebinthina; a herbarious plant
- ଦେ. ବି — [ଦ୍ର—ଏହି ଗୁଳ୍ମ ଏକ ଫୁଟ ପର୍ଯ୍ୟନ୍ତ ଉଚ୍ଚ ଓ ବୁଦାଳିଆ; ପତ୍ର ଲୋମଶ ଓ ଧୂଆଁପତ୍ର ପରି; ମୂଳରୁ ପତ୍ର ବାହାରେ; ଫୁଲ ହଳଦିଆ ଓ ନାଲି; ଶୀତଦିନେ ଫୁଟେ। ଏହାର ପତ୍ରରେ ତାର୍ପିନ ତେଲର ଗନ୍ଧ ଅଛି। ଏହା ଔଷଧରେ ବ୍ୟବହୃତ ହୁଏ।
- ଦେ. ବି — ବୈଦ୍ୟକ ମତରେ ଏହା କଟୁତିକ୍ତ ରସ ଏବଂ ଜ୍ୱର, ରକ୍ତ ଦୋଷ ଓ କଫନାଶକ। ଏହାଦ୍ୱାରା ରକ୍ତପିତ୍ତ, ଅତିସାର ଓ ଘୋରଦାହ ପ୍ରଶମିତ ହୁଏ। ଏହାର କଞ୍ଚାମୂଳକୁ କଳରେ ଯାକିଲେ ମୁଖଶୋଷ ନିବାରିତ ହୁଏ— କୁକୁରମାନେ ଏ ଗଛକୁ ଶୁଂଘିବା ପରେ ଏ ଗଛ ଆଡ଼କୁ ଲକ୍ଷ୍ୟ କରି ମୂତନ୍ତି। (ମନିଅର ଉଇଲିୟାମ)।]
- ଦେ. ବି — ବାଡି ପୋକଶୁଂଘା — Vernonia Cinerera; Pogostemon Plectranthoides (Haines); Ageratum Conyzoids (Haines); Celsia Coromandelina (Kirtikar)
- ଦେ. ବି — [ଦ୍ର—ଏହାର ପତ୍ର ପୋକଶୁଂଘା ପତ୍ର ପରି କିନ୍ତୁ ଛୋଟ; ଏ ଗଛ ଉଚ୍ଚତାରେ 2/3 ହାତ ପର୍ଯ୍ୟନ୍ତ ହୁଏ। ଏଥିରେ ଡାଳ ଅଛି। ଏହା ବିଲ ପୋକଶୁଘାଂଠାରୁ ଭିନ୍ନ ଜାତୀୟ ଗଛ।] — [ଦ୍ର—ଏହାର ପତ୍ର ପୋକଶୁଂଘା ପତ୍ର ପରି କିନ୍ତୁ ଛୋଟ; ଏ ଗଛ ଉଚ୍ଚତାରେ2/3ହାତ ପର୍ଯ୍ୟନ୍ତ ହୁଏ ଏଥିରେ ଡାଳ ଅଛି ଏହା ବିଲ ପୋକଶୁଘାଂଠାରୁ ଭିନ୍ନ ଜାତୀୟ ଗଛ]