ପୈଷ୍ଟିକ Pa̲i̱shṭika
- ସଂ. ବିଣ. (ପିଷ୍ଟ+ଇକ) — ପିଷ୍ଟକ ସମ୍ବନ୍ଧୀୟ — Relating to cakes
- ବି. — ଯଅ, ଧାନ ବା ଚାଉଳକୁ ସିଝାଇ ସଢ଼ାଇ ତିଆରି କରାଯିବା ମଦ; ଚାଉଳ ମଦ; ଦେଶୀ ସରାପ — Spirituous liquor or wine made from fermented barley, paddy or rice; country liquor
- ବି. — [ଦ୍ର—ବଙ୍ଗଳାରେ ଏହାକୁ ଧେନୋ ମଦ୍ (ଅର୍ଥାତ୍ ଧାନୁଆ ମଦ) ବୋଲି କହନ୍ତି। କିନ୍ତୁ ପ୍ରକୃତର ଏହା ଚାଉଳ ସିଝାରୁ ପ୍ରସ୍ତୁତ ହୁଏ। ଚାଉଳକୁ ରାନ୍ଧି ଭାତକୁ ସଢ଼ାଇ ସେଥିରେ ବାଖର — (yeast)ଗୋଳାଇ ପିଠା ପରି କରିବାକୁ ହୁଏ ଓ ସେହି ପିଷ୍ଟକ ବା ପିଠାରୁ ବକଯନ୍ତ୍ର ସାହାଯ୍ୟରେ ଅରକ ବାହାର କରାଯାଏ ମଦ ପାଇଁ ବ୍ୟବହୃତ ଚାଉଳକୁ ଲୋକେ ବାଛନ୍ତି ନାହିଁ ଏଥିଯୋଗୁଁ ତହିଁରୁ ଧାନ ମିଶିଥାଏ ଏହି କାରଣରୁ ବଙ୍ଗଳାରେ ତାକୁ ଧାନୁଆ ମଦ କହନ୍ତି ଓ ମଦୁଆମାନେ ଭକ୍ତିପୂର୍ବକ ଏବାକୁ 'ଧାନେଶ୍ୱରୀ' ନାମରେ ସମ୍ବୋଧନ କରନ୍ତି]
- ବି. — ପିଷ୍ଟକସମୂହ — A collection or heap of cakes