ପେଟେଣ୍ଟ୍ Peṭeṇṭ

  • ବୈଦେ. ବି. (ଇଂ) — କୌଣସି ବ୍ୟକ୍ତିର ଉଦ୍ଭାବିତ ଦ୍ରବ୍ୟକୁ କେବଳ ମାତ୍ର ଜଣେ ନିର୍ଦ୍ଦିଷ୍ଟ ପ୍ରସ୍ତୁତ କରିବା ବା ବିକ୍ରି କରିବା ନିମନ୍ତେ ଉକ୍ତ ବ୍ୟକ୍ତିଙ୍କୁ ଦିଆଯିବା ରାଜ— ପ୍ରଦତ୍ତ ଅଧିକାର; ଏକଚାଟିଆ ଅଧିକାରନିର୍ଦ୍ଦେଶକ ସନନ୍ଦ — Patent; monopoly for the manufacture or sale of a certain article
  • ବୈଦେ. ବି. (ଇଂ) — [ଦ୍ର—କୌଣସି ବ୍ୟକ୍ତି ଗୋଟିଏ ନୂଆ ଯନ୍ତ୍ର ବା ପ୍ରଣାଳୀ ଆବିଷ୍କାର କଲେ ତାହା ସରକାରରେ ରେଜିଷ୍ଟରି କରିବାକୁ ହୁଏ। ତାହା ହେଲେ ଉକ୍ତ ପଦାର୍ଥ 'ପେଟେଣ୍ଟ୍' ହେଲା; ଏପରି ରେଜିଷ୍ଟରି ହେବା ପରେ 'ପେଟେଣ୍ଟୀ'ର ବିନା ଅନୁମତିରେ ଅନ୍ୟ କେହି ବ୍ୟକ୍ତି ଉକ୍ତ ବସ୍ତୁ ତିଆରି କଲେ ବା ବିକିଲେ ତାକୁ ଦଣ୍ଡ ଦିଆଯାଏ ଓ ପେଟେଣ୍ଟିକୁ ସେ କ୍ଷତି ପୂରଣ ଦେବାକୁ ବାଧ୍ୟ ହୁଏ।]
  • ବିଣ — ଯେଉଁ ଦ୍ରବ୍ୟର ବା ଔଷଧର ବା ଆବିଷ୍କୃତ କଳର ଏକ— ଚାଟିଆ ଅଧିକାର ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟକ୍ତିଠାରେ ଅର୍ପିତ ହୋଇଥାଏ — Patent (medicine); patented (article)