ପେଟରେ ପଶିବା Peṭare paṡibā

  • ଦେ. କ୍ରି. — ଅନ୍ୟର ଖାଦ୍ୟ ଦ୍ରବ୍ୟରେ ଦୃଷ୍ଟି ପକାଇବା — To cast sinful or covetuous eyes an another's food
  • ଦେ. କ୍ରି. — [ଦ୍ର—ସାଧାରଣ ଲୋକଙ୍କର ବିଶ୍ୱାସ ଯେ ଜଣେ ଲୋକ ଖାଉଥିବା ପଦାର୍ଥରେ ବା ଖାଇବା ନିମନ୍ତେ ଅଭିପ୍ରେତ ବସ୍ତୁରେ ଅନ୍ୟର ଲୋଭ ଦୃଷ୍ଟି ବା 'ଦୃଷ୍ଟି' ପଡ଼ିଲେ ସେ ଖାଦ୍ୟ ଦ୍ରବ୍ୟକୁ ଯେ ଖାଏ ତା ପେଟ ଟାଣେ। ବିଶେଷତଃ ଏପରି ପୁରୁଷ (ଡାହାଣା) ଓ ସ୍ତ୍ରୀ (ଡାହାଣୀ) ଅଛନ୍ତି ଯେ, ଯେଉଁମାନେ ଅନ୍ୟର ଖାଦ୍ୟ ପ୍ରତି ଦୃଷ୍ଟି ପକାଇଲେ ସେ ଖାଦ୍ୟ ଦ୍ରବ୍ୟକୁ ଯେ ଖାଇବ ତାହା ପେଟରେ ସେ ଖାଦ୍ୟ ହଜମ ହେବ ନାହିଁ ଓ ତା ପେଟ ନିଶ୍ଚେ ଟାଣିବ।]
  • ଦେ. କ୍ରି. — ଗୋପନରେ ବିପକ୍ଷର ବା ଶତ୍ରୁର ପକ୍ଷ ଅବଲମ୍ବନ କରି ତାକୁ ଏ ପକ୍ଷର ସବୁ ଗୁପ୍ତ କଥା କହିବା — To be in secret league with the enemy
  • ଦେ. କ୍ରି. — (ଖାଦ୍ୟ ଦ୍ରବ୍ୟ) ଉଦରସ୍ଥ ହେବା; ଭୁକ୍ତ ହେବା — To be eaten
  • ଦେ. କ୍ରି. — (ଶିଶୁ) ମାତୃଗର୍ଭରେ ରହିବା — (child) To be in the mother's womb
  • ଦେ. କ୍ରି. — କୌଣସି ବ୍ୟକ୍ତିର ଗୁପ୍ତ କଥା ବା ରହସ୍ୟ ଜାଣିବା ପାଇଁ ତାହା ସଙ୍ଗେ ଘନିଷ୍ଠତା ସ୍ଥାପନ କରିବା — To establish intimacy with a person with a view to knowing his secrets