ପେଏଁକାଳି Pe-eñkāḻi
- ଦେ. ବି. (ଧ୍ୱନ୍ୟନୁକରଣ; ଏହାକୁ ଫୁଙ୍କିଲେ ପେଁପେଁ ଶବ୍ଦ ଉତ୍ପନ୍ନ ହେବାରୁ) — ମହୁରୀ; ତୁରୀ; କାହାଳୀ — A pipe; a small clarion; cone-shaped musical pipe
- ଦେ. ବି. (ଧ୍ୱନ୍ୟନୁକରଣ; ଏହାକୁ ଫୁଙ୍କିଲେ ପେଁପେଁ ଶବ୍ଦ ଉତ୍ପନ୍ନ ହେବାରୁ) — ପିଲାମାନେ ବଜାଇ ଖେଳିବା ବାଦ୍ୟ- ଯନ୍ତ୍ରବିଶେଷ — A kind of trumpet or pipe used by children
- ଦେ. ବି. (ଧ୍ୱନ୍ୟନୁକରଣ; ଏହାକୁ ଫୁଙ୍କିଲେ ପେଁପେଁ ଶବ୍ଦ ଉତ୍ପନ୍ନ ହେବାରୁ) — [ଦ୍ର—ସାଧାରଣତଃ ନଡ଼ିଆ ବା ତାଳପତ୍ରର ଗୋଟିଏ ଫାଳକୁ କୁଣ୍ଡଳୀ କରି ଗୁଡ଼ାଇ ଏହା ତିଆରି କରାଯାଏ। ]
- ଦେ. ବି. (ଧ୍ୱନ୍ୟନୁକରଣ; ଏହାକୁ ଫୁଙ୍କିଲେ ପେଁପେଁ ଶବ୍ଦ ଉତ୍ପନ୍ନ ହେବାରୁ) — ଆମ୍ବର ଗଜୁରିଥିବା ଟାକୁଆ ମଧ୍ୟରେ ଥିବା ଦୁଇଫାଳିଆ କୋଇଲିର ଗୋଟିଏ ଫାଳକୁ ତେରଛା କରି ଘଷି ଶିଶୁମାନେ କରିବା ମହୁରୀ (ହି. ଶ.) — A whistle made by children by whetting one side of the kernel of a sprouting mango-stone
- ଦେ. ବି. (ଧ୍ୱନ୍ୟନୁକରଣ; ଏହାକୁ ଫୁଙ୍କିଲେ ପେଁପେଁ ଶବ୍ଦ ଉତ୍ପନ୍ନ ହେବାରୁ) — ହାତୀ ନେ ! ଘୋଡ଼ା ନେ ! ମୋ ପେଏଁ କାଳି ବଜେଇ ଦେ! ସାପ ଥିଲେ ବାହାରି ଯା ! ବେଙ୍ଗ ଥିଲେ କଟର କଟର ହଉଥା। ଶିଶୁଗୀତ।
- ଦେ. ବି. (ଧ୍ୱନ୍ୟନୁକରଣ; ଏହାକୁ ଫୁଙ୍କିଲେ ପେଁପେଁ ଶବ୍ଦ ଉତ୍ପନ୍ନ ହେବାରୁ) — ହାତୀଙ୍କର ଉଚ୍ଚ ରଡ଼ି (ଏହା ପେଁପେଁ ଶବ୍ଦ ଥିବାରୁ) — The braying sound made by an elephant