ପୂର୍ବାପର Pūrbāpara
- ସଂ. ବି. (ଦ୍ୱନ୍ଦ୍ୱ; ପୂର୍ବ+ଅପର) — ଆଗା ଗୋଡ଼ା; ଆରମ୍ଭ ଓ ଶେଷ — The beginning and the end
- ସଂ. ବି. (ଦ୍ୱନ୍ଦ୍ୱ; ପୂର୍ବ+ଅପର) — ଆନୁପୂର୍ବ — Sequence
- ସଂ. ବି. (ଦ୍ୱନ୍ଦ୍ୱ; ପୂର୍ବ+ଅପର) — ପ୍ରଥମ ବିଷୟ ଓ ଅନ୍ତିମ ବିଷୟ — The first and the last things; preceding and following matters
- ସଂ. ବି. (ଦ୍ୱନ୍ଦ୍ୱ; ପୂର୍ବ+ଅପର) — ପୂର୍ବ ଓ ପଶ୍ଚିମ — East and west
- ସଂ. ବି. (ଦ୍ୱନ୍ଦ୍ୱ; ପୂର୍ବ+ଅପର) — ଆଗ ଓ ପଛ — Front side and back side
- ବିଣ — ଆନୁପୂର୍ବିକ — Connected; serial
- ବିଣ — ଧାରାବାହିକ — Successive; serial
- ବିଣ — ଆଗିଲା ଓ ପିଛିଲା; ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ — Prior and subsequent; former and latter
- ବିଣ — ଆଗରେ ଥିବା ଓ ପଛରେ ଥିବା — Situated in front and behind
- କ୍ରି. ବିଣ — ମୂଳଠାରୁ ଶେଷ ପର୍ଯ୍ୟନ୍ତ — From the beginning to the end
- କ୍ରି. ବିଣ — ଆନୁପୂର୍ବିକ ରୂପେ — In a connected manner; coherently; in due sequence