ପୂର୍ବ ଦେବ Pūrba deba
- ସଂ. ବି. (ଦେବତାମାନଙ୍କ ପୂର୍ବରେ ଜନ୍ମଗ୍ରହଣ କରିଥିବାରୁ) ଦୈତ୍ୟ; ଦାନବ; ଅସୁର — The demons
- ସଂ. ବି. (ଦେବତାମାନଙ୍କ ପୂର୍ବରେ ଜନ୍ମଗ୍ରହଣ କରିଥିବାରୁ) [ଦ୍ର—ଦୈତ୍ୟମାନେ କଶ୍ୟପଙ୍କ ପ୍ରଥମା ସ୍ତ୍ରୀ ଦିତିଙ୍କ ପୁତ୍ର। ଏମାନେ ଦେବତାମାନଙ୍କର ବୈମାତ୍ରେୟ ବଡ଼ଭାଇ। ଏମାନେ ପ୍ରଥମେ ଦେବତା ଥିଲେ, କିନ୍ତୁ ମନ୍ଦ ପ୍ରକୃତି ଓ ଅସଦାଚରଣଦ୍ୱାରା ପରେ ସୁରବିରୋଧୀ ବା ଅସୁର ହେଲେ। ଖ୍ରୀଷ୍ଟାନ୍ମାନଙ୍କ ଧର୍ମଶାସ୍ତ୍ରରେ ମଧ୍ୟ ସଇତାନ୍ — (Satan)ପ୍ରଥମେ ଦେବଦୂତ(Angel)ଥିଲା, କିନ୍ତୁ ପରେ ଈଶ୍ୱରଙ୍କ ବିରୋଧରେ ବିଦ୍ରୋହୀ ହୋଇ ସ୍ୱର୍ଗ ଭ୍ରଷ୍ଟ ହେଲା]
- ସଂ. ବି. (ଦେବତାମାନଙ୍କ ପୂର୍ବରେ ଜନ୍ମଗ୍ରହଣ କରିଥିବାରୁ) ପିତୃଲୋକ — The forefathers
- ସଂ. ବି. (ଦେବତାମାନଙ୍କ ପୂର୍ବରେ ଜନ୍ମଗ୍ରହଣ କରିଥିବାରୁ) ନର ଓ ନାରାୟଣ (ହି. ଶବ୍ଦସାଗର) — The incarnation of Bishṇu as Nara and Nārāyaṇa