ପୂର୍ଣ୍ଣାୟୁଃ Pūṇṇāyuḥ
- ସଂ. ବି—(କର୍ମଧା; ପୂର୍ଣ୍ଣ+ଆୟୁଃ) — (କଳି ଯୁଗରେ) ଅଷ୍ଟୋତ୍ତରଶତବର୍ଷ ଜୀବିତ କାଳ ବା ପରମାୟୁ — Full longevity of 08 years in the Kaḻi age
- ସଂ. ବି—(କର୍ମଧା; ପୂର୍ଣ୍ଣ+ଆୟୁଃ) — (ବହୁବ୍ରୀହି)—ଶତାୟୁଃ ବ୍ୟକ୍ତି — A man living for 100 years
- ସଂ. ବି—(କର୍ମଧା; ପୂର୍ଣ୍ଣ+ଆୟୁଃ) — [ଦ୍ର—ସତ୍ୟଯୁଗରେ ମନୁଷ୍ୟମାନଙ୍କର ପରମାୟୁ ଏକ ଲକ୍ଷ ବର୍ଷ। ତ୍ରେତାରେ ଦଶହଜାର ବର୍ଷ, ଦ୍ୱାପରରେ ଏକ ହଜାର ବର୍ଷ ଓ କଳି ଯୁଗରେ 120 , ମତାନ୍ତରରେ 108 , ମତାନ୍ତରରେ 100 ବର୍ଷ। ସାଧାରଣତଃ କଳିଯୁଗରେ ମନୁଷ୍ୟଙ୍କ ପରମାୟୁ 'କଳି ଷଠା' 60 ଠାରୁ 80 ବର୍ଷ ପର୍ଯ୍ୟନ୍ତ ଥିବାର ଲୋକେ କହିଥାଆନ୍ତି। ଉପନିଷଦରେ ଅଛି 'ଜିଜୀବିଷେତ୍ ଶତଃ ସମାଃ' ଅର୍ଥାତ୍ ଲୋକେ ଶହେ ବର୍ଷ ବଞ୍ଚିବାକୁ ଇଚ୍ଛା କରିବେ। ଦ୍ୱିଜାତିଙ୍କ ସନ୍ଧ୍ୟାରେ 'ଓଁ ଜୀବେମଃ ଶରଦଶତଂ, ଶ୍ରୁଣୁୟାମଃ ଶରଦଶତଂ' (ଅର୍ଥାତ୍ ଆମ୍ଭେମାନେ ଶହେଟି ଶରତ୍କାଳ ଭୋଗ କରିବାକୁ ବଞ୍ଚିବା) ବୋଲି ସ୍ତବ ଅଛି।] — [ଦ୍ର—ସତ୍ୟଯୁଗରେ ମନୁଷ୍ୟମାନଙ୍କର ପରମାୟୁ ଏକ ଲକ୍ଷ ବର୍ଷ ତ୍ରେତାରେ ଦଶହଜାର ବର୍ଷ, ଦ୍ୱାପରରେ ଏକ ହଜାର ବର୍ଷ ଓ କଳି ଯୁଗରେ120, ମତାନ୍ତରରେ108, ମତାନ୍ତରରେ100ବର୍ଷ ସାଧାରଣତଃ କଳିଯୁଗରେ ମନୁଷ୍ୟଙ୍କ ପରମାୟୁ 'କଳି ଷଠା'60ଠାରୁ80ବର୍ଷ ପର୍ଯ୍ୟନ୍ତ ଥିବାର ଲୋକେ କହିଥାଆନ୍ତି ଉପନିଷଦରେ ଅଛି 'ଜିଜୀବିଷେତ୍ ଶତଃ ସମାଃ' ଅର୍ଥାତ୍ ଲୋକେ ଶହେ ବର୍ଷ ବଞ୍ଚିବାକୁ ଇଚ୍ଛା କରିବେ ଦ୍ୱିଜାତିଙ୍କ ସନ୍ଧ୍ୟାରେ 'ଓଁ ଜୀବେମଃ ଶରଦଶତଂ, ଶ୍ରୁଣୁୟାମଃ ଶରଦଶତଂ' (ଅର୍ଥାତ୍ ଆମ୍ଭେମାନେ ଶହେଟି ଶରତ୍କାଳ ଭୋଗ କରିବାକୁ ବଞ୍ଚିବା) ବୋଲି ସ୍ତବ ଅଛି]
- ବିଣ.—(ବହୁବ୍ରୀହି) — ଶତାୟୁସ୍କ; ଶତବର୍ଷଜୀବୀ — Living for a hundred years
- ବିଣ.—(ବହୁବ୍ରୀହି) — ଅଷ୍ଟୋତ୍ତରଶତ ବର୍ଷ ଜୀବୀ — Living for 108 years