ପୂଜାରୀ Pūjārī
- ଦେ. ବି. (ସଂ. ପୂଜାକାରୀ) — ପୂଜାହାରୀ; ପଣ୍ଡା; ଦେବପୂଜକ ବ୍ରାହ୍ମଣ; ଦେଉଳିଆ ବ୍ରାହ୍ମଣ — A Brāhmaṇa who serves and worships a Deity
- ଦେ. ବି. (ସଂ. ପୂଜାକାରୀ) — କିମ୍ବା ଯଥା ନିଷ୍ଠାପର ଦେବତା ପୂଜାରୀ ପ୍ରାଣପ୍ରିୟ ଇଷ୍ଟଦେବତାର ଚୌରକୃତ ଅପମାନ—ଚିନ୍ତାମଣି. ବିକ୍ରମାଦିତ୍ୟ
- ଦେ. ବି. (ସଂ. ପୂଜାକାରୀ) — [ଦ୍ର—ଏମାନେ ଅଶ୍ରୋତ୍ରିୟ ବ୍ରାହ୍ମଣ। ଦେବସେବା ଏମାନଙ୍କର ପ୍ରଧାନ କାର୍ଯ୍ୟ। ଶ୍ରୋତ୍ରିୟ ବ୍ରାହ୍ମଣମାନେ ଏମାନଙ୍କ ସହିତ ବୈବାହିକ ସମ୍ବନ୍ଧ କରନ୍ତି ନାହିଁ—କୃପାସିନ୍ଧୁ। ]
- ଦେ. ବି. (ସଂ. ପୂଜାକାରୀ) — ନୀଚଶ୍ରେଣୀୟ ପଣ୍ଡା ବ୍ରାହ୍ମଣ — A lower class of Brāhmaṇas who are professional servants of Deities
- ଦେ. ବି. (ସଂ. ପୂଜାକାରୀ) — ପାଚକ ବ୍ରାହ୍ମଣ; ରାନ୍ଧୁଣିଆ ବ୍ରାହ୍ମଣ — A Brāhmaṇa cook
- ପ୍ରାଦେ. (ସମ୍ବଲପୁର) ବି — ସମ୍ବଲପୁରରେ ବ୍ରାହ୍ମଣମାନଙ୍କ ବଂଶୋପାଧିବିଶେଷ — A family-title of certain Brāhmaṇas of Sambalpur