ପୂଜା କରିବା Pūjā karibā

  • ଦେ. କ୍ରି. (ସଂ. ପୂଜ୍ ଧାତୁ) — ସମ୍ମାନ ଦେବା — To pay respects or homage
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — ସେବା କରିବା — To serve or tend a person
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — ଦେବତାଙ୍କୁ ନୈବେଦ୍ୟ ଅର୍ପଣ କରିବା ଓ ବନ୍ଦନା କରିବା — To offer offerings to a Deity and to worship
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — ସତ୍ୟନାରାୟଣ ପାଲାର ଗୀତ ବା ନାଟ କରିବା — To perform Pālā (song or dancing)
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — ଦୈନିକ ପୂଜା ଆହ୍ନିକାଦି କରିବା — To perform one's daily religious rites
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — (ଯଥା—ଦେବପୂଜା, ସ୍ତୁତିପାଠ, ସନ୍ଧ୍ୟା ବନ୍ଦନା, ମାଳା ଗଡ଼ାଇବା, ସଂକୀର୍ତ୍ତନ କରିବା, ଚିତା ଘେନିବା, ନିର୍ମାଲ୍ୟ ସେବା କରିବା, ଧର୍ମଶାସ୍ତ୍ର ପଢ଼ିବା, ହୋମ କରିବା, ତୁଳସୀ ମୂଳରେ ପାଣି ଦେବା ପ୍ରଭୃତି ଦୈନିକ ପୂଜାର ଅନ୍ତର୍ଗତ।)
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିଙ୍କୁ ନାନାବିଧ ସୁଖ ବା ଭୋଗରେ ରଖିବା — (figurative) To give a person all conceivable comforts of life
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — ବ୍ୟବହାର୍ଯ୍ୟ ବସ୍ତୁକୁ ଅଭିପ୍ରେତ ବ୍ୟବହାରରେ ନ ଲଗାଇ ରଖିଦେବା — Not to use a thing but store it instead of applying it to its intended use
  • ଦେ. କ୍ରି. (ସଂ. ପୂଜ୍ ଧାତୁ) — (ବ୍ୟଙ୍ଗ) ଶୋଧିବା; ଗାଳିମନ୍ଦ କରିବା — To abuse a person