ପୁଲକ Pulaka

  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ରୋମାଞ୍ଚ; ରୋମୋଦ୍ଗମ; ବିଶେଷ ଆନନ୍ଦ ହେତୁ ରୋମ ଟାଙ୍କୁରି ଉଠିବା — Horripilation; the hairs of one's body standing on the ends (through delight or sudden thrill of joy); the bristling of furs of the body symptomatic of extreme delight or thrill
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ବିଶେଷ ଆନନ୍ଦ; ହର୍ଷ — Thrill of joy
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ମଣିବିଶେଷ — A kind of gem
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — [ଦ୍ର—ଏ ମଣି ଭାରତର କେତେକ ସ୍ଥାନରେ ଖଣିରେ ମିଳେ। ରାଜପୁତନାରୁ ମିଳିବା ମଣି ଉତ୍କୃଷ୍ଟ ବିବେଚିତ ହୁଏ। ଦାକ୍ଷିଣାତ୍ୟର ବିଶାଖାପଟଣା, ଗୋବରୀ, ତ୍ରିଚିନାପଲ୍ଲୀ ଓ ତିନାବାଲି ଜିଲ୍ଲାମାନଙ୍କରେ ଏହା ମିଳେ। ଏହା ଅନେକ ବର୍ଣ୍ଣର ମିଳେ, ଯଥା—ଧଳା, ସାବଜା, ହଳଦିଆ, ନାଲି, କଳା ଓ ଛପଛପକିଆ। ଏ ମଣିଦ୍ୱାରା ମାଣିକ ଓ ନୀଳା କଟାଯାଇ ପାରେ—ହି. ଶ।]
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ଜୀବଙ୍କ ଦେହରେ ଲାଗିବା ପୋକ — Worms attacking the body of animals
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ଗଜାନ୍ନପିଣ୍ଡ; ହାତୀଙ୍କୁ ଖାଇବାକୁ ଦିଆଯିବା କୁଟାରେ ବନ୍ଧା ହୋଇଥିବା ଶସ୍ୟାଦିର ପିଣ୍ଡୁଳା — A rolled ball of grain or sweets with which an elephant is fed
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ହରିତାଳ — Yellow orpiment
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ପାନପାତ୍ର — Goblet; drinking cup; wine glass
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ଗନ୍ଧର୍ବବିଶେଷ — Name of a heavenly chorister or musician
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — କବାଟ ପଟାରେ ମରାଯିବା ଛତିବାଲା କଣ୍ଟା — Iron knobs struck on a door leaf
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — କଙ୍କୁଷ୍ଠ; ପାର୍ବତୀୟ ମୃତ୍ତିକାବିଶେଷ (ଧଲା ବା ହଳଦିଆ ରଙ୍ଗର) — Name of a mountainous soil of silvery or golden colour
  • ସଂ. ବି—(ପୁଲ୍ ଧାତୁ+ଭାବ. ଅକ) — ରତ୍ନର ଦୋଷବିଶେଷ (ହି. ଶ) — A particular defect in gems