ପୁରୋଚନ Purochana

  • ସଂ. ବି. (ନାମ) — ଜତୁ ଗୃହରେ ପାଣ୍ଡବମାନଙ୍କୁ ଦହନ କରିବାପାଇଁ ଦୁର୍ଯ୍ୟୋଧନଙ୍କ ନିଯୁକ୍ତ ଯବନ ମନ୍ତ୍ରୀ — Name of a minister engaged by Durj̄yodhana to have the Pāṇdabas burnt in the lac house (but in which he was himself burnt)
  • ସଂ. ବି. (ନାମ) — [ଦ୍ର—ପାଣ୍ଡବମାନଙ୍କୁ ଜତୁଗୃହରେ ନିଆଁ ଲଗାଇବା ପାଇଁ ଦୁର୍ଯ୍ୟୋଧନ ପୁରୋଚନକୁ ନିଯୁକ୍ତ କରିଥିଲେ। କିନ୍ତୁ ଭୀମସେନ ଭାଇମାନଙ୍କୁ ଓ ମାତାଙ୍କୁ ସଙ୍ଗେ ନେଇ ନିଆଁ ଲାଗିବା ପୂର୍ବରୁ ଜତୁଗୃହରୁ ଚାଲିଗଲେ ଏବଂ ପୁରୋଚନର ବାସ ଗୃହରେ ନିଆଁ ଲଗାଇ ଦେଲେ। ପୁରୋଚନ ଆପଣା ଘରେ ନିଆଁରେ ପୋଡ଼ି ମରିଥିଲା—ହି. ଶ।]
  • ସଂ. ବି. (ନାମ) — ବଳି ବା ଉତ୍ସର୍ଗବିଶେଷ — Name of a certain offering or oblation
  • ସଂ. ବି. (ନାମ) — ହୋମମନ୍ତ୍ରବିଶେଷ — 2. Name of a certain mystic formula recited while offering oblations to fire