ପୁରୁଷାର୍ଥ Purushārtha
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ପୁରୁଷର ପ୍ରୟୋଜନ ସାଧନ ବର୍ଗ ଚତୁଷ୍ଟୟ ଧର୍ମ, ଅର୍ଥ, କାମ ଓ ମୋକ୍ଷ — The 4 aims of human existence viz duty; riches; desire and final beatitude
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ମନୁଷ୍ୟ ଜୀବନର ଲକ୍ଷ — The summum bonum of human existence
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ସୁଖ — Happiness
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ମୁକ୍ତି — Salvation
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ସଂସାର — The world
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — [ଦ୍ର—ସାଂଖ୍ୟ ମତରେ ତ୍ରିବିଧ ଦୁଃଖର ଅତ୍ୟନ୍ତ ନିବୃତ୍ତି (ମୋକ୍ଷ) ହିଁ ପରମ ପୁରୁଷାର୍ଥ। ପ୍ରକୃତି ପୁରୁଷାର୍ଥ ପାଇଁ ନିରନ୍ତର ଯତ୍ନ କରୁଛି, କିନ୍ତୁ ପୁରୁଷର ପ୍ରକୃତିର ଧର୍ମକୁ ଆପଣାର ଧର୍ମ ବୋଲି ବିଚାରି ଆପଣା ସ୍ୱରୂପକୁ ଭୁଲିଯାଉଛି। ପୁରୁଷର ସ୍ୱରୂପ ଜ୍ଞାନ ନ ହେବା ପର୍ଯ୍ୟନ୍ତ ପୁରୁଷ ପ୍ରକୃତିକୁ ଛାଡ଼ି ପାରେ ନାହିଁ। ପୁରାଣ ମତରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ। ଚାର୍ବାକ ମତରେ କାମିନୀ ସଙ୍ଗ— ଜନିତ ସୁଖ ହିଁ ପୁରୁଷାର୍ଥ ଅଟେ—ହି. ଶ]
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ପୁରୁଷକାର; ପୌରୁଷ; ଉଦ୍ୟମ (ହି. ଶ.) — Manly exertion
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ହରିବା ପୁରୁଷାର୍ଥ ପାଇଲି ନୃସାଇଁ। କୃଷ୍ଣସିଂହ, ମହାଭାରତ. ବନ।
- ସଂ. ବି. (ପୁରୁଷ ଅର୍ଥ=ପ୍ରୟୋଜନ) — ବଳ; ଶକ୍ତି; ସାମର୍ଥ୍ୟ (ହି. ଶ) — Strength; potency
- ଦେ. ବି. — ବାହାଦୁରୀ; ପ୍ରଶଂସା — Credit; praise;
- ଦେ. ବି. — ଗୋଡ଼ାଇଲେ ପୁରୁଷାର୍ଥ ଅରଜିବା ପାଇଁ। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।
- ଦେ. ବି. — ପରିଶ୍ରମ — Labour