ପୁନ୍ନାଗ Punnāga

  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ପୁନାଙ୍ଗ; ପୋଲାଙ୍ଗ (ଗଛ ଓ ଫଳ); ନାଗକେଶରାଦି ବର୍ଗର ସୁନ୍ଦର ତରୁବିଶେଷ — Mast wood; Alexandrian Laurel; Colophyllum Inophyllum; Rottleria Tincotoria
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — [ଦ୍ର—ଏ ଗଛର କାଠ ଈଷତ୍ ନାଲି, ଭାରି ଚେମଡ଼ା ଓ ଗଣ୍ଠିଆ; ପତ୍ର ଖୁବ୍ ଚିକ୍କଣ ଓ ଶ୍ୟାମଳ; ବକଳ କୃଷ୍ଣାଭ; ଫୁଲ ଚାରିପାଖୁଡ଼ିଆ, ଧଳା ଓ ସୁଗନ୍ଧ; ଜ୍ୟୈଷ୍ଠ ମାସରେ ଫୁଲ ପୁଟେ; ଫଳ ପାଚିଲେ ହଳଦିଆ; ଫଳର ବୀଜ ଗୋଟାଳି ପରି ଗୋଲ ଓ ତାହା ଭାଙ୍ଗିଦେଲେ ତହିଁ ମଧ୍ୟରୁ ଯେଉଁ ଗୋଟାଳିପରି ଶସ ବାହାରେ ସେ ଶସକୁ ପେଡ଼ିଲେ ତେଲ ବାହାରେ। ଏ ତେଲ ଗନ୍ଧାଏ ଓ ଏଥିରେ ଦୀପ ଜଳେ। ପୋଡ଼ା ଘାଆରେ ଏ ତେଲ ଲଗାଇଲେ ବିଶେଷ ଉପକାର ହୁଏ। ପୁନ୍ନାଗ ତେଲ ବାତରୋଗ ଓ ମେହରୋଗର ଔଷଧ ଏବଂ ଏଥିର ଛେଲି ପଚାଘାଆର ଔଷଧରୂପେ ବ୍ୟବହୃତ ହୁଏ। ସଂସ୍କୃତରେ 'ପୁନ୍ନାଗ' ଶବ୍ଦ ମଧ୍ୟ 'ଛୁରିଅନା' ଗଛ ପ୍ରତି ପ୍ରଯୁକ୍ତ ହୁଏ।]
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ପୁରୁଷଶ୍ରେଷ୍ଠ — Chief amongst men (compared to an elephant)
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ବିନୟପଦହିଁ ରାଗଯୋଗରେ ଭକତ ବଶୀକୃତ ପୁନ୍ନାଗକୁ ବିହିତ ସ୍ଥକିତ—ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ଅଣ୍ଡିରା ସାପ — A male serpent
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ଅଣ୍ଡିରା ହାତୀ — A male elephant
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ନାଗକେଶର (ଦେଖ) — Nāgakeṡara (See)
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ଶ୍ୱେତ କମଳ (ହି. ଶ) — White lotus
  • ସଂ. ବି (ପୁମସ୍=ଅଣ୍ଡିରା+ନାଗ) — ଜାଈଫଳ (ହି. ଶ) — Nutmeg