ପୁନର୍ନବା Punarnabā

  • ସଂ. ବି—(ପୁନଃ+ନବ+ସ୍ତ୍ରୀ. ଆ; ଯାହାକୁ କାଟି ପକାଇଲେ ପୁଣି କଅଁଳେ) — ପୁରୁଣିଶାଗ; ଶୋଥନାଶକ ବହୁଶାଖ ଲତାଶାକ — The spreading hogweed; Bœrhagvia Diffusa; Procumbens Andirecta
  • ସଂ. ବି—(ପୁନଃ+ନବ+ସ୍ତ୍ରୀ. ଆ; ଯାହାକୁ କାଟି ପକାଇଲେ ପୁଣି କଅଁଳେ) — [ଦ୍ର—ଏହାର ପତ୍ର ଯୋଡ଼ି ଯୋଡ଼ି ଓ ମୋଟ। ଚେର, ପତ୍ର ଓ ଫୁଲ ଶ୍ୱେତ, ନୀଳ ଓ ରକ୍ତବର୍ଣ୍ଣ ଭେଦରେ ଏହା ତିନିପ୍ରକାର।
  • ସଂ. ବି—(ପୁନଃ+ନବ+ସ୍ତ୍ରୀ. ଆ; ଯାହାକୁ କାଟି ପକାଇଲେ ପୁଣି କଅଁଳେ) — ସଂ. ଶ୍ୱେତ ପୂନର୍ନବାକୁ ଓଡ଼ିଶାରେ ଶ୍ୱେତପୁରୁଣୀ ବା ଛେତପୁରୁଣୀ ଓ ହିନ୍ଦିରେ ବିଷ ଖପରା ବଙ୍ଗଳାରେ ଶ୍ୱେତପୁନ୍ନେ କହନ୍ତି।
  • ସଂ. ବି—(ପୁନଃ+ନବ+ସ୍ତ୍ରୀ. ଆ; ଯାହାକୁ କାଟି ପକାଇଲେ ପୁଣି କଅଁଳେ) — ସଂ. ରକ୍ତ ପୁନର୍ନବାକୁ ଓଡ଼ିଆରେ ନାଲି ପୁରୁଣୀ ହିନ୍ଦିରେ ସାଂଠ ଓ ଗଦହ୍ ପୁର୍ନୀ ଓ ବଙ୍ଗଳାରେ ଗାଦାପୁନ୍ନେ କହନ୍ତି। ସଂ. ନୀଳ ବା କୃଷ୍ଣ ପୁନର୍ନବାକୁ ପୁରୁଣୀ କହନ୍ତି। ଏ ଶାଗ ବର୍ଷାଦିନେ ପଡ଼ିଆରେ ବହୁଳ ଭାବରେ ମାଡ଼ିଯାଏ।
  • ସଂ. ବି—(ପୁନଃ+ନବ+ସ୍ତ୍ରୀ. ଆ; ଯାହାକୁ କାଟି ପକାଇଲେ ପୁଣି କଅଁଳେ) — ବୈଦ୍ୟକମତରେ ଶ୍ୱେତ ପୁନର୍ନବା ଶୋଥ, ବାୟୁ, ଗରଳ ଦୋଷ, କଫ, ପାଣ୍ଡୁରୋଗ, ଉଦରରୋଗ ଓ ବ୍ରଣ ନାଶକ। ରକ୍ତ ପୁନର୍ନବା କଫ, ପିତ୍ତ ଓ ରକ୍ତଦୁଷ୍ଟିନାଶକ। କୃଷ୍ଣପୁନର୍ନବା ରସାୟନ ଓ ହୃଦ୍ରୋଗ, ପାଣ୍ଡୁ, ଶୋଥ, ଶ୍ୱାସ, ବାତ ଓ କଫନାଶକ— ଦ୍ରବ୍ୟଗୁଣ।
  • ସଂ. ବି—(ପୁନଃ+ନବ+ସ୍ତ୍ରୀ. ଆ; ଯାହାକୁ କାଟି ପକାଇଲେ ପୁଣି କଅଁଳେ) — ପୁରୁଣୀର ଚେରକୁ ବାଟି ତହିଁରେ ରସ ପିଇଲେ ଓ ଅଞ୍ଜନ କରି ବ୍ୟବହାର କଲେ ନେତ୍ର ରୋଗ ଭଲ ହୁଏ। ପୁଷ୍ୟା ନକ୍ଷତ୍ର ଯୁକ୍ତ ତିଥିରେ ଶ୍ୱେତପୁରୁଣୀ ଚେର ଖୋଳିଆଣି ଘରେ ରଖିଲେ ସର୍ପ ଭୟ ନିବାରକ ହୁଏ ବୋଲି କଥିତ ଅଛି।]