ପୁନରୁକ୍ତତା Punaruktatā

  • ସଂ. ବି. — (କାବ୍ୟରେ) କଥିତ ବିଷୟକୁ ଆଉ ଥରେ କହିବା ରୂପ ରଚନା—ଦୋଷ — (a defect in composition) Tautology; superfluity in speech or writing
  • ସଂ. ବି. — [ଦ୍ର—ଏହା ଶବ୍ଦ ଦୋଷରେ ଓ ଅର୍ଥ ଦୋଷରେ ଘଟେ।]
  • ସଂ. ବି. — ଶବ୍ଦଦୋଷର ଉଦାହରଣ
  • ସଂ. ବି. — ତମୋଦମ୍ଭହର ଜଗତେ ତୁମ୍ଭ କର ସରି କେ? ଦମ୍ଭିଦମ୍ଭ ହର ତେସନ ଫୁଲ ଶର ସରି କେ। ରାଧାନାଥ. ଚନ୍ଦ୍ରଭାଗା।
  • ସଂ. ବି. — ଅର୍ଥଦୋଷର ଉଦାହରଣ
  • ସଂ. ବି. — ଜୟ ମହାବୀର କର୍ଣ୍ଣ ଅରାତି ମର୍ଦ୍ଦନ ଜୟ ରଥୀନ୍ଦ୍ର କୌରବ ଗୌରବ ବର୍ଦ୍ଧନ ବିନାଶ ସମରେ ଆଜି ପାଣ୍ଡବ ନିଚୟ ଜୟ ଅରିନ୍ଦମ କର୍ଣ୍ଣ ମହାରଥୀ ଜୟ ? ମଧୁସୂଦନ କର୍ଣ୍ଣବଧ—କୁଳମଣି, ଅଳଙ୍କାର ତରଙ୍ଗିଣୀ।