ପୁତ୍ରିକା Putrikā

  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — କନ୍ୟା; ଝିଅ — Daughter
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ମୋହର ତ ପୁତ୍ର ପୁତ୍ରିକା କିଛି ନାହିଁ। କୃଷ୍ଣସିଂହ, ମହାଭାରତ, ସଭା।
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ଅପୁତ୍ରିକ ପିତାଙ୍କ ଉତ୍ତରାଧିକାରୀ ଜନ୍ମ କରିବା ଉଦ୍ଦେଶ୍ୟରେ ବିବାହରେ ଦତ୍ତା କନ୍ୟା — A daughter appointed by a sonless father to raise a male issue for him and given in marriage with that end in view
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — [ଦ୍ର—ଅପୁତ୍ରକ ପିତା ଆପଣା କନ୍ୟାର ପୁତ୍ର ଜନ୍ମିଲେ ସେ ଆପଣାର ଉତ୍ତରାଧିକାରୀ ହେବ ବୋଲି ସଂକଳ୍ପ କରି ଯେଉଁ କନ୍ୟାକୁ ବିବାହ ଦେଇ ଥାଆନ୍ତି ତାକୁ ପୁତ୍ରିକା ବୋଲାଯାଏ ଓ ଉକ୍ତରୂପେ ମାତାମହଙ୍କ ସମ୍ପତ୍ତିର ଅଧିକାରୀ ସନ୍ତାନକୁ ପୁତ୍ରିକାପୁତ୍ର ବୋଲାଯାଏ—ହିନ୍ଦୁସ୍ମୃତି।]
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ପିତୁଳା; କଣ୍ଢେଇ — A doll; puppet
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ବାଲ୍ୟକାଳରୁ ପରିବାର ମଧ୍ୟରେ ଲାଳିତାପାଳିତା ଦାସୀ — A maid servant brought up in a harem from childhood and used as a concubine by the master
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ନିକୁଟି ମହୁମାଛି; ପୁତ୍ତିକା — A small bee
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ଝାଉଁଗଛର କୋମଳ ଲୋମବତ୍ ତନ୍ତୁ — The cotton or down of the Tamarisk (Apte)
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ଆଖିର ପିତୁଳା (ହି.ଶ) — The pupil of the eye (Apte)
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — ସ୍ତ୍ରୀଲୋକର ଚିତ୍ର (ହି. ଶ) — A picture or photo of a woman
  • ସଂ. ବି. ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ) — (ସମାସରେ ଶବ୍ଦ ପରେ ବ୍ୟବହୃତ, ଯଥା—ଖଡ୍ଗ ପୁତ୍ରିକା, ଅସିପୁତ୍ରିକା)—କୌଣସି ଶ୍ରେଣୀର କ୍ଷୁଦ୍ର ବସ୍ତୁ — Anything small or little of its kind (Apte)