ପିୟାସାଳ Piyāsāḻa
- ଦେ. ବି.—(ସଂ. ପୀତଶାଳ) ଆରଣ୍ୟ ଉଚ୍ଚ ତରୁବିଶେଷ — The Indian Kino tree; Pterocarpus Marsupium;ପ୍ରିୟକ, ସର୍ଜକ, ଜୀବକ, ଅସନ, ବୀଜକ; ମହାସର୍ଜ, ବନ୍ଧୂକପୁଷ୍ପ ପ୍ରିୟସାଳକপিআশালपिआसार; त्र्प्रसना, सज पियासाल्, प्यासाल्ତେ—ମାର୍ଦ୍ଦି, ମର୍ଦ୍ଦି ମ—ବିବଲା ଗୁ—ବିୟାଂ ଫା—କମରକସ୍Pterocarpus Acuminata (Haines). Pentaptera Tomentosa
- ଦେ. ବି.—(ସଂ. ପୀତଶାଳ) [ଦ୍ର—ଏହାର କାଠ ପୀତ ବା ଆରକ୍ତ ପୀତ; ଏ ଗଛରୁ ଗାଢ଼ ରକ୍ତ ବର୍ଣ୍ଣ ନିର୍ଯ୍ୟାସ (gum kino) ବାହାରେ। ଏହାର କାଠ ଶାଳ କାଠ ପରି ଶକ୍ତ ନୁହେ। କିନ୍ତୁ ଏ କାଠରେ ବାକ୍ସ, କବାଟ, ଚଉକି, ପଲଙ୍କ, ଖଟ, ଟେବଲ ଆଦି ତିଆରି ହୁଏ। ଓଡ଼ିଶାର ଗଡ଼ଜାତମାନଙ୍କରେ ଏ ଗଛ ଅନେକ ଜନ୍ମେ। ଏ ଗଛ ଶୀତଦିନେ ପତରଝଡ଼ା ଦିଏ। ଏଥିର ଛାଲରୁ ହଳଦିଆ ରଙ୍ଗ ତିଆରି ହୁଏ। ସିଂହଭୂମ ଓ ଛୋଟନାଗପୁର ଅଞ୍ଚଳରେ ଏ ଗଛରେ ଟସର ପୋକମାନେ ଗୋଟୀ ବାନ୍ଧନ୍ତି। ସ୍ଥାନେ ସ୍ଥାନେ ଏଥିରେ ଲାଖ ପୋକ ମଧ୍ୟ ଲାଗନ୍ତି। ବୈଦ୍ୟକ ମତରେ ପିୟାସାଳ, ଶ୍ୱିତ୍ର, କୁଷ୍ଠ, ବିସର୍ପ, ପ୍ରମେହ, ଗୁହ୍ୟକୃମି କଫ, ରକ୍ତପିତ୍ତ ଦୂର କରେ ଓ କେଶ ଓ ଚର୍ମର ହିତକର ଅଟେ। ]