ପିୟାଳ Piyāḻa
- ସଂ. ବି—(ପୀ ଧାତୁଜ? ପୀୟ (ସୌତ୍ର ଧାତୁ=ତୃପ୍ତ କରିବା+ କର୍ତ୍ତୃ. ଆଳ) — ଚରୁଗଛ; ଚାରକୋଳି ଗଛ, ରାଜା— ଦନ ବୃକ୍ଷ; ଆମ୍ରାଦି ବର୍ଗର ଆରଣ୍ୟ ତରୁ ବିଶେଷ — Buchanania Latifolia; Chirolia Sapida
- ସଂ. ବି—(ପୀ ଧାତୁଜ? ପୀୟ (ସୌତ୍ର ଧାତୁ=ତୃପ୍ତ କରିବା+ କର୍ତ୍ତୃ. ଆଳ) — [ଦ୍ର—ଏଥିରେ ଫଳ କୃଷ୍ଣବର୍ଣ୍ଣ ଓ ମନୁଷ୍ୟଭୋଜ୍ୟ। ମଞ୍ଜି ଭିତରୁ ବାଦାମ ଭଳି ସୁସ୍ୱାଦୁ ଶସ ବାହାରେ। ଏଥିରୁ ତେଲ ବାହାରେ, ଏହାର ପାଚିଲା କୋଳି ଖାଆନ୍ତି ଓ ହିନ୍ଦୁସ୍ଥାନ ପ୍ରଭୃତିରେ ଏ କୋଳିଦ୍ୱାରା ମିଷ୍ଟାନ୍ନ ପ୍ରସ୍ତୁତ ହୁଏ। ବସନ୍ତ ଋତୁରେ ଏ ଗଛ ଆମ୍ବଗଛ ପରି ବଉଳେ; ଏହାର ଛେଲି, ପତ୍ର ଓ ବୀଜ ଔଷଧାର୍ଥ ବ୍ୟବହୃତ ହୁଏ। ଏହାର ବୀଜ ମଧୁର, ଶୀତଳ, ଧାତୁ ପୁଷ୍ଟିକର, ବାତ୍ତ, ପିତ୍ତ, ଦାହ, ଜ୍ୱର ଓ ତୃଷାହାରକ। ଏହା ଆମବର୍ଦ୍ଧକ, ମଳରୋଧକ ଓ ଗୁରୁପାକ। ଏହାର ବୀଜଜାତ ତୈଳ ଇନ୍ଦ୍ର ଲୁପ୍ତ (ଟାଙ୍ଗରାମୁଣ୍ଡ) ରୋଗରେ ମୁଣ୍ଡରେ ମାଲିସ କରାଯାଏ। ଏହାର ଛେଲିକୁ ଛେଳିଦୁଧ ସହିତ ବାଟି ଖାଇଲେ ରକ୍ତାତିସାର ଭଲ ହୁଏ। ଏହାର ଛେଲିର କ୍ୱାଥ ରକ୍ତପିତ୍ତ ନାଶକ। ଏଥିରେ କାଠ ଖୁବ୍ ମଝଭୁତ ଏ ଗଛର ଛାଲକୁ ଚିରିଦେଲେ ସେଥିରୁ ଏକପ୍ରକାର ଅଠା ବାହାରେ।]