ପିରିକ Pirika

  • ବୈଦେ. ବି. (ଇଂ. ପ୍ରିକ୍) — ପିରିକ କଣ୍ଟା (ଦେଖ) — Pirika kaṇṭā (See)
  • ଦେ. ବି—(ସଂ. ପୃକ୍କା; କରୀର) — ଫିରିକ; କଣ୍ଟା ଫିରିକ୍; ଏକପ୍ରକାର କଣ୍ଟାଯୁକ୍ତ ବୁଦାଳିଆ ବନ୍ୟ ଗୁଳ୍ମ — A kind of thorny wild plant; Caparis Sepiaria
  • ଦେ. ବି—(ସଂ. ପୃକ୍କା; କରୀର) — [ଦ୍ର—ଏ ଗଛ ଉଚ୍ଚରେ ତିନିହାତ ବଢ଼େ। ଏହାର ଡାଙ୍ଗ ଖୁବ୍ ଶକ୍ତ, କଣ୍ଟା ଛୋଟ ଛୋଟ ଓ ମୁନିୟା, ଏହାର କୋଳି ପାଚିଲେ ଖାଆନ୍ତି। ଫୁଲ ପେନ୍ଥା ପେନ୍ଥା, ଧଳା ଓ ବାସନାଯୁକ୍ତ। ଏ ଗୁଳ୍ମର କାଣ୍ଡ ଶ୍ୱେତାଭ, କିନ୍ତୁ ଖୁବ୍ ଟାଣୁଆ ଓ ଏଥିରେ ସହଜରେ ଉଇ ଧରନ୍ତି ନାହିଁ ବୋଲି ଲୋକ ଝାଟିମାଟି କାନ୍ଥରେ ଏହାକୁ ଦିଅନ୍ତି।]