ପିମ୍ପୁଡ଼ି Pimpuṟḍ̠i

  • ଦେ. ବି (ସଂ. ପିପୀଳୀ) — ପ୍ରସିଦ୍ଧ ଷଟ୍ପଦ ପକ୍ଷହୀନ କୀଟ ବିଶେଷ — Formicidae ants
  • ଦେ. ବି (ସଂ. ପିପୀଳୀ) — [ଦ୍ର—ଆକାରରେ ଓ ସ୍ୱଭାବରେ ଏମାନେ ମହୁ— ମାଛି ପରି; ଏମାନଙ୍କର ଅଣ୍ଟା ଭାରି ସରୁଆ; ଏମାନଙ୍କର ଦୁଇଟା ତୀକ୍ଷ୍ଣ ଦାନ୍ତ ଥାଏ। ଏହି ଦୁଇଟି ଦାନ୍ତରେ ଏମାନେ କାମୁଡ଼ନ୍ତି ଓ ଖାଦ୍ୟ ଦ୍ରବ୍ୟକୁ ଧରନ୍ତି। ଏମାନେ ତିନି ଶ୍ରେଣୀର ସ୍ତ୍ରୀ, ପୁରୁଷ ଓ କ୍ଳୀବ। କ୍ଳୀବମାନେ ପରିଶ୍ରମ କରନ୍ତି। ପକ୍ଷ ହେଲେ ଏମାନେ ଉଡ଼ନ୍ତି ଓ ଶେଷରେ ମୃତ୍ୟୁ ମୁଖରେ ପଡ଼ନ୍ତି।
  • ଦେ. ବି (ସଂ. ପିପୀଳୀ) — ବଡ଼, ସାନ, ନାଲି, ଧଳା ଓ କଳା ଆଦି ଭେଦରେ ଏମାନେ ନାନା ଜାତୀୟ। ଉଇ ଓ ଜନ୍ଦାମାନେ ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଗତ। ଏମାନେ ଭାରି ମିଠାପ୍ରିୟ। ଗଛର ପତ୍ରରେ, ମାଟିରେ ଓ ଗଛର ଖୋଲରେ ଏମାନେ ନାନା ପ୍ରକାରର ବସା ତିଆରି କରନ୍ତି।
  • ଦେ. ବି (ସଂ. ପିପୀଳୀ) — ଯେଉଁମାନେ ଆମ୍ବଗଛରେ ଥାଆନ୍ତି ଓ ଆମ୍ବ ପତ୍ରମାନଙ୍କୁ ଏକତ୍ର ଜଡ଼ିତ କରି ଗୋଟିଏ ଲେଖାଏଁ ଥଳି ପରି ବସା କରନ୍ତି ତାଙ୍କୁ କାଇ (ବଂ. ଆମପିପଡ଼ା) କହନ୍ତି। ଏମାନଙ୍କ ରଙ୍ଗ ହଳଦିଆ ଓ ଆକାର ବଡ଼। ଏମାନଙ୍କ ଡିମ୍ବକୁ ବନିଶୀରେ ଗୁନ୍ଥି ମାଛଙ୍କ ଚରା କରାଯାଏ।
  • ଦେ. ବି (ସଂ. ପିପୀଳୀ) — ଏକ ପ୍ରକାର ପିମ୍ପୁଡ଼ି କୃଷ୍ଣବର୍ଣ୍ଣ; ଗଛର କୋରଡ଼ ଓ ଛାଲ ତଳେ ବସା କରନ୍ତି। ଏମାନଙ୍କୁ କାଠ ପିମ୍ପୁଡ଼ି (ବଂ. କାଠପିଁପଡ଼ା) କହନ୍ତି।
  • ଦେ. ବି (ସଂ. ପିପୀଳୀ) — କଳା କଳା ବଡ଼ଗୋଡ଼ିଆମାନଙ୍କୁ ଜନ୍ଦା (ବଂ. ଜିଁଆ) ବୋଲାଯାଏ। ଏ ଜନ୍ଦାମାନେ ବଡ଼ (ଡଗରା) ଓ ସାନ (ଧୂଳିଆ) ଭେଦରେ ନାନା ପ୍ରକାରର। ଏମାନଙ୍କ କାମୁଡ଼ା ଦ୍ୱାରା ରକ୍ତ ବୁହେ ଓ ବିଶେଷ ଜ୍ୱାଳା ହୁଏ।
  • ଦେ. ବି (ସଂ. ପିପୀଳୀ) — ଧଳା ଜାତୀୟ ପିମ୍ପୁଡ଼ିଙ୍କୁ ଉଇ (ବଂ. ଉଇ — White ant Termiteକହନ୍ତି ଏମାନେ ମାଟିରେ ପାହାଡ଼ ବା ମନ୍ଦିର ପରି ଘର ତିଆରି କରନ୍ତି ଏହାକୁ ହୁଙ୍କା (ବଂ. ଢିପି) ବୋଲା ଯାଏ
  • ଦେ. ବି (ସଂ. ପିପୀଳୀ) — ସାଧାରଣ ପିମ୍ପୁଡ଼ି ନାଲି—(ବଂ. ଲାଲ୍ ପିମ୍ପୁଡ଼ା)। ଏମାନେ ସାନ ସାନ ଓ ବଡ଼ ବଡ଼ ନାନା ପ୍ରକାରର ହୁଅନ୍ତି। ସାନ ସାନମାନଙ୍କୁ ଘି ପିମ୍ପୁଡ଼ି (ବଂ. ଖୁଦିୟା, ଖୁଦ୍ୟେ) ବୋଲାଯାଏ। ଏମାନେ କାମୁଡ଼ନ୍ତି।
  • ଦେ. ବି (ସଂ. ପିପୀଳୀ) — କଳା ପିମ୍ପୁଡ଼ି (ବଂ. ଗୁଡ଼୍ୟେ, ଡିଆଁ)—ଏମାନେ ବିଷହୀନ ଓ କାମୁଡ଼ନ୍ତି ନାହିଁ।
  • ଦେ. ବି (ସଂ. ପିପୀଳୀ) — ଏହା ଛଡ଼ା ଏକପ୍ରକାରର ପାଉଁଶିଆ ପିମ୍ପୁଡ଼ି ଅଛନ୍ତି। ଏମାନେ ଖରା ସମୟରେ କ୍ଷେତରୁ ଶସ୍ୟ ବୀଜମାନ ସଂଗ୍ରହ କରି ଆପଣା ବସାରେ ନେଇ ସଞ୍ଚୟ କରନ୍ତି। ପିମ୍ପୁଡ଼ିମାନେ ଦଳବଦ୍ଧ ହୋଇ ରହନ୍ତି ଓ କାର୍ଯ୍ୟ କରନ୍ତି। ଏମାନେ ଧାଡ଼ି ବାନ୍ଧି ଯିବା ଆସିବା କରନ୍ତି। ଜୀବତତ୍ତ୍ୱବିତ୍ମାନେ ଗବେଷଣାଦ୍ୱାରା ଏମାନଙ୍କର ଅଧ୍ୟବସାୟ, କାର୍ଯ୍ୟବିଭାଗ ଓ ନିୟମାଧୀନତା ଆଦି ଦେଖି ଚମତ୍କୃତ ହୋଇ ଅଛନ୍ତି।
  • ଦେ. ବି (ସଂ. ପିପୀଳୀ) — ପିମ୍ପୁଡ଼ି ସମ୍ବନ୍ଧେ କେତେଗୁଡ଼ିଏ ପ୍ରବଚନ ଓ ନ୍ୟାୟ।
  • ଦେ. ବି (ସଂ. ପିପୀଳୀ) — ଗୁଡ଼ଘରେ ପିମ୍ପୁଡ଼ି ଜଗୁଆଳି (ପରିଛା) ନ୍ୟାୟ—ଖାଦ୍ୟ ଦ୍ରବ୍ୟକୁ ଖାଦକର ଜିମା କଲେ ଅର୍ଥାତ୍ ଭକ୍ଷକକୁ ଦ୍ରବ୍ୟ ରକ୍ଷା କରିବାକୁ ଦେଲେ ସେ ଦ୍ରବ୍ୟ ନଷ୍ଟ ହେବା ସ୍ୱାଭାବିକ।