ପିତୃମାତୃ Pitṛumātṛu
- ଦେ. ବି. (ଦ୍ୱନ୍ଦ୍ୱ) — ବାପ ଓ ମା — Parents
- ଦେ. ବି. (ଦ୍ୱନ୍ଦ୍ୱ) — [ଦ୍ର—ପିତୃ ଓ ମାତୃ ଶବ୍ଦର ଦ୍ୱନ୍ଦ୍ୱ ସମାସ ହେଲେ ସଂସ୍କୃତ ବ୍ୟାକରଣ ନିୟମ ଅନୁସାରେ 'ମାତାପିତୃ' ଶବ୍ଦ ଓ ତହିଁର 1 ମା 2 ବଚନରେ 'ମାତାପିତରୌ' ହୁଏ କିମ୍ବା ପିତରୌ ଶବ୍ଦ ହୁଏ। ଏପରି ସ୍ଥଳରେ 'ପିତୃମାତୃ' ଶବ୍ଦ ପ୍ରୟୋଗ ଅଶୁଦ୍ଧ ଓ 6 ଷ୍ଠୀ ତତ୍ ପୁରୁଷରେ ନିଷ୍ପନ୍ନ ପିତୃ ମାତୃ ଶବ୍ଦ (ଯାହାର 1 ମା 1 ବଚନରେ ରୂପ ପିତୃମାତା)ର ଅର୍ଥ ବାପାଙ୍କ ମାତା ବା ପିତାମହୀ। ମାତାପିତୃହୀନ ତଳେ ଥିବା ନୋଟ ଦେଖ।] — [ଦ୍ର—ପିତୃ ଓ ମାତୃ ଶବ୍ଦର ଦ୍ୱନ୍ଦ୍ୱ ସମାସ ହେଲେ ସଂସ୍କୃତ ବ୍ୟାକରଣ ନିୟମ ଅନୁସାରେ 'ମାତାପିତୃ' ଶବ୍ଦ ଓ ତହିଁର1ମା2ବଚନରେ 'ମାତାପିତରୌ' ହୁଏ କିମ୍ବା ପିତରୌ ଶବ୍ଦ ହୁଏ ଏପରି ସ୍ଥଳରେ 'ପିତୃମାତୃ' ଶବ୍ଦ ପ୍ରୟୋଗ ଅଶୁଦ୍ଧ ଓ6ଷ୍ଠୀ ତତ୍ ପୁରୁଷରେ ନିଷ୍ପନ୍ନ ପିତୃ ମାତୃ ଶବ୍ଦ (ଯାହାର1ମା1ବଚନରେ ରୂପ ପିତୃମାତା)ର ଅର୍ଥ ବାପାଙ୍କ ମାତା ବା ପିତାମହୀ ମାତାପିତୃହୀନ ତଳେ ଥିବା ନୋଟ ଦେଖ]
- ଦେ. ବି. (ଦ୍ୱନ୍ଦ୍ୱ) — ଅନ୍ୟ ବ୍ୟକ୍ତି ପିତା ମାତା ଆଦିଙ୍କ ନାମ ଧରିବା (ଗାଳି ଦେବା) — Calling names to another person's father and mother
- ଦେ. ବି. (ଦ୍ୱନ୍ଦ୍ୱ) — (ଯଥା—ତୁ ମତେ ମାଇଲେ ମୁଁ ତୋ ପିତୃମାତୃ ରଖିବି ନାହିଁଟି !)